(ଭୁବନେଶ୍ୱର) : ଆଜି ବି ରାଜ୍ୟର ଅନେକ ଅଞ୍ଚଳରେ ଅପରାହ୍ନରେ ପ୍ରବଳ ବର୍ଷା ରହିଛି । ବର୍ଷାରୁ ବାଦ୍ ପଡ଼ିବନି ଟ୍ୱିନ୍ ସିଟି । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ ଭୁବନେଶ୍ୱର ସମେତ ୧୯ ଜିଲ୍ଲାରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସଂପୃକ୍ତ ଅଞ୍ଚଳରେ ଘଡଘଡି ବିଜୁଳି ମାରିବାର ଆଶଙ୍କା ବି ରହିଛି ।
ସୂଚନାନୁଯାୟୀ, ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ମଧ୍ୟରେ ରହିଛି ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଢେଙ୍କାନାଳ, ଜାଜପୁର, କେନ୍ଦ୍ରାପଡା, ଜଗତସିଂପୁର, ଖୋର୍ଦ୍ଧା, କଟକ । ପାଣିପାଗକୁ ଦେଖି ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
