ଭାରତ

ଯାତ୍ରୀଙ୍କୁ ଡାଇରିଆ ହେତୁ ଜରୁରୀ ଅବତରଣ କଲା ବିମାନ

(ଦିଲ୍ଲୀ): ଖରାପ ପାଣିପାଗ, କୌଣସି ଯାତ୍ରୀଙ୍କ ଶରୀର ଅସୁସ୍ଥ ହୋଇପଡ଼ିବା ଅଥବା ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଲେ ବିମାନର ଜରୁରୀ ଅବତରଣ କରାଯାଇଥାଏ। ନିକଟରେ ଜ‌ଣେ ଯାତ୍ରୀ ବାରମ୍ବାର ମଳତ୍ୟାଗ କରିବା ହେତୁ ବିମାନ ଜରୁରୀ ଅବତରଣ କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।

ସୂଚନାନୁଯାୟୀ , ଏହି ସମୟରେ ଜଣେ ଯାତ୍ରୀଙ୍କ ପେଟ ଖରାପ ହୋଇ ତାଙ୍କୁ ଡାଇରିଆ ହୋଇଯାଇଥିଲା। ଏହି କାରଣରୁ ସେ ବିମାନର ସ୍ଥାନେସ୍ଥାନେ ମଳତ୍ୟାଗ କରି ଦେଇଥିଲେ। ଯେଉଁ କାରଣରୁ ଉକ୍ତ ବିମାନରେ ବସି ଯାତ୍ରା କରୁଥିବା ସହଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ହୋଇଥିଲା। ଏତେ ମାତ୍ରାରେ ବିମାନରେ ଦୁର୍ଗନ୍ଧ ଭରି ଯାଇଥିଲା କି ଯାତ୍ରୀମାନେ ନିଜନିଜ ସ୍ଥାନରେ ବସି ବି ପାରୁ ନଥିଲେ। ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ପାଇଲଟ ବିମାନକୁ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଏହାପରେ ବିମାନକୁ ଜରୁରୀ ଅବତରଣ ପାଇଁ ଅନୁମତି ମିଳିଥିଲା।

Related posts

ଉତ୍ତରାଖଣ୍ଡର ୬ ଜିଲ୍ଲାରେ ରେଡ ଆଲର୍ଟ ଜାରି

mahabharatanews

ବିମାନବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

mahabharatanews

ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏ

mahabharatanews