(ଭୁବନେଶ୍ୱର) : ଓଡ଼ିଶା ଓ ଛତିଶଗଡର ରାଜ୍ୟପାଳଙ୍କ ଦ୍ୱାରା ‘ଓଡ଼ିଶା ଗବେଷଣା କେନ୍ଦ୍ର’ ଉଦଘାଟିତ ହୋଇଛି । ବର୍ତ୍ତମାନ ସମୟରେ ଗବେଷଣା ଆଧାରରେ ଓଡ଼ିଆ ସମାଜର ମୂଳ ସତ୍ୟତାକୁ ତଥ୍ୟ ଆଧାରରେ ପ୍ରମାଣିତ କରି ପ୍ରକୃତ ସତ୍ୟତାର ଉନ୍ମୋଚନ କରିବା ପାଇଁ ହେବ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବିଧାନ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ‘ଓଡ଼ିଶା ଗବେଷଣା କେନ୍ଦ୍ର’ର ଶୁଭ ଉଦଘାଟନ ହୋଇଯାଇଛି ।
ସୂଚନାନୁଯାୟୀ , ଓଡ଼ିଶା ଗବେଷଣା କେନ୍ଦ୍ରରେ ଓଡ଼ିଶା ଓ ଓଡ଼ିଆଙ୍କ ଜନଜୀବନକୁ ନେଇ ଗବେଷଣା କରୁଥିବା ବ୍ୟକ୍ତିବିଶେଷଙ୍କ ସହ ଯୁବ ଗବେଷକ ଏବଂ ଓଡ଼ିଆ ଲୋକଙ୍କୁ ଯୋଡିବାକୁ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଓ ଶିକ୍ଷାକୁ ବ୍ୟାପକ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆଜିର ଏହି ରିସର୍ଚ୍ଚ ସେଣ୍ଟରର ଲୋକାର୍ପଣ ଆମ ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ଧି । ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ICSSR) ଅଧୀନରେ ଥିବା ଓଡ଼ିଶା ଗବେଷଣା କେନ୍ଦ୍ର (ORC) ଆରମ୍ଭ କରାଯାଇଛି ।