ଓଡିଶା

ଓଡିଶା ରିଭ୍ୟୁ ଓ ଉକ୍ରଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର: ଆଜି ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡିଶା ରିଭ୍ୟୁ ଓ ଉକ୍ରଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂସ୍କରଣ ଲୋକାର୍ପିତ ହୋଇଯାଇଛି । ପ୍ରତିବର୍ଷ ଏହି ସଂସ୍କରଣ ଶ୍ରୀମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । କରୋନା ମହାମାରୀକୁ ନେଇ ଭକ୍ତ ବିହୀନ ରଥ ଟଣାପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଅନୁପାଳନ ପୂର୍ବକ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଲୋକସେବା ଭବନଠାରେ ଓଡିଶା ରିଭ୍ୟୁ ଓ ଉକ୍ରଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂସ୍କରଣକୁ ଲୋକାର୍ପିତ କରିଛନ୍ତି । ସେପଟେ ବଡଦାଣ୍ଡରେ ରଥ ଗଡିବା କ୍ଷଣି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ସଂସ୍କରଣ ଲୋକାର୍ପିତ କରିଛନ୍ତି ।

Related posts

୧୫ରୁ ମାଟ୍ରିକ ଖାତା ଦେଖା 

mahabharatanews

ଘରୋଇ ସ୍କୁଲ ଫି: ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନେବ

mahabharatanews

ସିଟି ହସ୍ପିଟାଲ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

mahabharatanews