ଓଡିଶା

ଲଗାଣ ବର୍ଷା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

(ଭୁବନେଶ୍ୱର) : ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲାରେ ସ୍କୁଲ ଛୁଟି । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆହୁରି ଦୁଇ ଦିନ ଯାଏ ବର୍ଷାର ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ସୂଚନାନୁଯାୟୀ , ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ପରେ ରାଜ୍ୟ ସାରା ସାଙ୍ଘାତିକ ସ୍ଥିତି: ବିପଦ ସଂକେତ ଟପିଲା ବଂଶଧାରା, ଅନୁଗୁଳରେ ଭାସିଗଲା ବ୍ରିଜ, ସବୁଠି ସ୍ଥିତି ବିଗିଡିଲା ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ମୁହାଁ ହୋଇ ୨୪ଘଣ୍ଟା ଭିତରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ପହଁଞ୍ଚିବ । ଏହା ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅସମ୍ଭାଳ ବର୍ଷା ହେବ । ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ୪ ଫୁଟ୍‌ର ପାଣି ।

 

Related posts

ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

mahabharatanews

ନବୀନ ନିବାସରେ ସିନେ ଅଭିନେତା

mahabharatanews

ନିଶ୍ଚିନ୍ତକୋଇଲିରେ ଶ୍ରୀ ମୁକ୍ତେଶ୍ଵରଙ୍କ ସପ୍ତମ ବାର୍ଷିକ ଯଜ୍ଞୋତ୍ସବ ଅନୁଷ୍ଠିତ

mahabharatanews