ବିଶ୍ୱ

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ୍‌ ଓ ନିକୋବର

(ଆଣ୍ଡାମାନ୍‌) : ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ୍‌ ଓ ନିକୋବର ଦ୍ବୀପପୁଞ୍ଜର ନିକୋବର୍‌ ଦ୍ବୀପ । ଆଜି ଭୋର୍‌ ୫.୪୦ରେ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି।

ଟୁଇଟ୍‌ କରି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଲେଖିଛି, ଅଗଷ୍ଟ ୨ ତାରିଖ ଭୋର୍‌ ୫:୪୦:୧୧ରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଅକ୍ଷାଂଶ ୯.୩୨ ଓ ଦ୍ରାଘିମା ୯୪.୦୩ ଅନ୍ତର୍ଗତ ନିକୋବର ଦ୍ବୀପ ଥିଲା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ। ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

 ଏହା ପୂର୍ବରୁ ଜୁଲାଇ ୨୮ ତାରିଖ ରାତି ୧୨:୫୩ରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ୫.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା।

Related posts

ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିସ୍ଫୋରଣ

mahabharatanews

ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାର ଆର୍ଥିକ ସହାୟତା 

mahabharatanews

ନାସା କହିଲା ବର୍ତ୍ତମାନର ବଡ ଖୋଜ; ପୃଥିବୀ ଭଳି ଆଉ ଏକ ଗ୍ରହରେ ପାଣି

mahabharatanews