ଓଡିଶା

ବଢୁଛି ରାଜ୍ୟରେ ତାପମାତ୍ରା 

(ଭୁବନେଶ୍ୱର) : ବଢୁଛି ତାତି । ରାଜ୍ୟରେ ଖରାଦିନ ଆରମ୍ଭ ହୋଇଗଲାଣି । ଗତ ରାତିରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଅଧିକ ରହିଥିଲା। ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରବର୍ତ୍ତୀ ୨ ଦିନ ମଧ୍ୟରେ ରାଜ୍ୟରେ ପାଣିପାଗ ୨ରୁ ୩ ଡିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ତାତି ଆଜି ଏପରି ଲାଗୁଛି ଯେମିତି ରାଜ୍ୟରେ ଖରାଦିନ ଆରମ୍ଭ ହୋଇଗଲାଣି । ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବୃଦ୍ଧି ପାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ କିମ୍ବା ତା’ଠୁ ଅଧିକ ରହିଥିଲା। ପୁରୀରେ ରାତି ତାପମାତ୍ରା ୨୪ ଡ଼ିଗ୍ରୀ ରହିଥିବା ବେଳେ ପାରାଦ୍ୱୀପରେ ୨୩.୬ ଡ଼ିଗ୍ରୀ, କେନ୍ଦ୍ରାପଡା ୨୨.୪ ଡ଼ିଗ୍ରୀ, ଗୋପାଳପୁର ୨୧.୯ ଡ଼ିଗ୍ରୀ, ଚାନ୍ଦବାଲି ୨୧.୯ ଡ଼ିଗ୍ରୀ, ବାଲେଶ୍ୱର ୨୧.୭ ଡ଼ିଗ୍ରୀ ଓ ଭୁବନେଶ୍ୱର: ୨୧.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Related posts

ରାସ୍ତା ନଥିବାରୁ ପ୍ରସଭ ମହିଳାଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର

mahabharatanews

ସୁବର୍ଣ୍ଣପୁର ଜିଲ୍ଲାର ସୁକାନ୍ତି ଇଣ୍ଟରନ୍ୟାସନାଲ ସ୍କୁଲର ନିଜସ୍ୱ ଗୃହ ଉଦଘାଟିତ

mahabharatanews

ଭୀମସାର ନିର୍ଦ୍ଦେଶକ ଲଳିତ ମେହେରଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ

mahabharatanews