ଓଡିଶା

କାଳବୈଶାଖୀ ବର୍ଷା: ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ମନା 

(ଭୁବନେଶ୍ୱର): ତାତିର କୋପରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା । ଥଣ୍ଡା ପଡିଲା ଟୁଇନ ସିଟି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ । କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ୱିନ ସିଟିରେ ଆକାଶ ମେଘାଚ୍ଛନ ରହିବା ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ , ରାଜ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଉତ୍ତର ଉପକୂଳ ଓଡ଼ିଶା- ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Related posts

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

mahabharatanews

ଶନିବାର ପ୍ରକାଶ ପାଇବ +୨ ଆର୍ଟସ୍ ଫଳାଫଳ

mahabharatanews

କରୋନା ସଂକଟ କାଳରେ ଦୁଇ ଅଧିକାରୀ ଭରସା

mahabharatanews