ଓଡିଶା

୪ରୁ ଏକ ଲଘୁଚାପ ,ବଢିବ ବର୍ଷା 

(ଭୁବନେଶ୍ୱର) : ଜୁନ ମାସରେ ନିଅଣ୍ଟିଆ ବର୍ଷା ହେବାପରେ ଜୁଲାଇ ପ୍ରଥମ ସପ୍ତାହରେ  ଆସୁଛି ଏକ ଲଘୁଚାପ । ଏଥି ନିମନ୍ତେ କାଲିଠୁ ବଢିବ ବର୍ଷା । ଆସନ୍ତା ୪ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ୬ ତାରିଖରେ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନାନୁଯାୟୀ , ସୋମବାରରୁ ବର୍ଷା ହେବା ସହ ୫ରୁ ବର୍ଷାର ବଢିବ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସହ ପାଗରେ ଆସିବ ପରିବର୍ତ୍ତନ । ସେହିପରି ୪ ତାରିଖରେ ବର୍ଷାର ପରିମାଣ ବିସ୍ତୃତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Related posts

ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱରସ୍ୱତୀଙ୍କୁ ଆବାହନ

mahabharatanews

ବିଏସଏନଏଲ ଠିକା ଶ୍ରମିକଙ୍କୁ ଛଟେଇ ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ

mahabharatanews

ପୁଣି ରାଜ୍ୟରେ ରେକର୍ଡ ୪୧୯୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews