ଓଡିଶା

କାଳବୈଶାଖୀ ପ୍ରଭାବରେ ଭିଜିଲା ଟ୍ୱିନ ସିଟି

(ଭୁବନେଶ୍ୱର) :  ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ କଟକ, ଭୁବନେଶ୍ୱର ଓ ଢେଙ୍କାନାଳରେ ଘଡଘଡି ବର୍ଷା ଦେଖିବାକୁ ମିଳିଛି । ବର୍ଷା ହେବା ସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିଛି  । ତେବେ ଟ୍ୱିନ ସିଟିରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ ବିଭାଗ ।

ସୂଚନାନୁଯାୟୀ, ଅନ୍ୟପଟେ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି

Related posts

ଏଣିକି ରାଜଧାନୀବାସୀ  ନେଇପାରିବେ ଜଙ୍ଗଲ ବୁଲିବାର ମଜା

mahabharatanews

ଚତୁର୍ଥ ଦିନରେ ଶୀତକାଳୀନ ଅଧିବେଶନ 

mahabharatanews

ନୂଆ ଡିଜି ନିଯୁକ୍ତିକୁ ନେଇ ଅଙ୍କକସା ଆରମ୍ଭ

mahabharatanews