(ସମଲେଇ) : ଲୋକାର୍ପଣ ହେବାକୁ ଯାଉଛି ସମଲେଇ ପ୍ରକଳ୍ପ । ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଓ ଭକ୍ତିକୁ କେନ୍ଦ୍ରରେ ରଖି ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି । ମାଁ ସମଲେଶ୍ଵରୀଙ୍କ ର ମନ୍ଦିର ରୂପାନ୍ତରଣ ପାଇଁ ୧୭-୦୨-୨୦୨୧ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ‘ସମଲେଇ ପ୍ରକଳ୍ପ’ର ସମସ୍ତ ଆନୁସଙ୍ଗିକ ଦିଗ ଉପରେ ସବିଶେଷ ଆଲୋଚନା ହୋଇଥିଲା ।
ସୂଚନାନୁଯାୟୀ , ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେହି ବୈଠକରେ ୫-ଟି ମାଧ୍ୟମରେ କିଭଳି ଭାବରେ ରେକର୍ଡ ସମୟ ମଧ୍ୟରେ ‘ସମଲେଇ ପ୍ରକଳ୍ପ’ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ସେ ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଉକ୍ତ ବୈଠକରୁ ଏ ପର୍ଯ୍ୟନ୍ତ ୫-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହିଁ କାର୍ଯ୍ୟ ହୋଇ ଏକ ଯୁଗାନ୍ତକାରୀ ପ୍ରକଳ୍ପର ସ୍ଵରୁପ ପାଇଛି ।
