ଓଡିଶାଦେଶ ବିଦେଶସ୍ୱାସ୍ଥ୍ୟ

ବାୟୁ ପ୍ରଦୂଷଣରେ ରାଜଧାନୀ ଦିଲ୍ଲୀକୁ ଟପିଲା ଓଡିଶାର ବାଲେଶ୍ୱର ଜିଲ୍ଲା

ଦେଶର ଅନେକ ଜାଗାରେ ବାୟୁ ପ୍ରଦୂଷଣ ବଢି ବଢି ଚାଲିଥିବାବେଳେ କିଛିଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀର ସ୍ଥତି ଅତ୍ୟନ୍ତ ଶୋଚନୀୟ ଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ ସହ ଅଧିକାଂଶ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଥିଲା । କିନ୍ତୁ ଏହାରି ଭିତରେ ଓଡିଶାର ପ୍ରଦୂଷଣକୁ ନେଇ ଏପରି ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଚିନ୍ତାକୁ ଦ୍ୱିଗୁଣିତ କରି ଦେଇଛି । ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ପ୍ରଦୂଷଣରେ ଓଡିଶାର କିଛି ସହର ବର୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀକୁ ମଧ୍ୟ ଟପିଯାଇଛି । ଆଉ ଏହି ସହର ମଧ୍ୟରେ ସବୁଠାରୁ ଆଗରେ ରହିଛି ବାଲେଶ୍ୱର ଯାହା ଆଜି ଦେଶର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ତେବେ ଏଠାରେ AQI ୩୩୬ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ତାଳଚେର ଓ ତୃତୀୟ ସ୍ଥାନରେ ବାରିପଦା ରହିଛି ତାଳଚେରରେ AQI ୩୨୪ ରହିଥିବାବେଳେ ବାରିପଦାରେ AQI ୩୦୪ ରହିଛି । ଏହି ୩ ଟି ସହରରେ ବାୟୁର ଗୁଣାବତ୍ତା ଅତି ଖରାପ ସ୍ଥିତିରେ ରହିଛି । ଏବଂ ଯଦି ଦିଲ୍ଲୀ ପ୍ରଦୂଷଣ କଥା ଦେଖିବା ତାହେଲେ ଆଜି ରାଜଧାନୀର ଏକ୍ୟୁଆଇ ଲେବୁଲ୍ ରହିଛି ୨୧୮ । ଯଦି ଏ ଦୃଷ୍ଟିରୁ ଦେଖାଯାଏ ତାହେଲେ ଦେଶରେ ସବୁଠାରୁ ପ୍ରଦୂଷିତ ସହର ଭାବେ ଆଜି ବାଲେଶ୍ୱର ପ୍ରଥମ ରହିଛି । ଯାହା ରାଜ୍ୟବାସୀଙ୍କୁ ଚିନ୍ତାକୁ ଦୁଇଗଣା କରିଦେଇଛି ।

Related posts

ଖେମୁଣ୍ଡି କଲେଜ ରେ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ମନ୍ତ୍ରୀ ପଦ୍ମିନୀ ଦିଆନ

mahabharatanews