ଓଡିଶା

ବିଜେପି ବରିଷ୍ଠ ନେତା ବିଜୟ ପ୍ରଧାନଙ୍କ ପରଲୋକ

ବିଜେପି ବରିଷ୍ଠ ନେତା ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପରଲୋକ ଘଟିଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ହୃଦଘାତରେ ବିୟୋଗ ଘଟିଛି ଓ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଗତ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଖୁବ କମ୍‌ ଭୋଟ୍‌ରେ ପରାଜିତ ହୋଇଥିଲେ ।

ତାଙ୍କ ବିୟୋଗ ସମଗ୍ର ମହାକାଳପଡ଼ା ତଥା ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି । ଦେହ ଅସୁସ୍ଥ ଥିବାରୁ ବିଜୟ ଗତ ଦୁଇ ଦିନ ହେବ ଭୁବନେଶ୍ବରସ୍ଥିତ ବାସଭବନରେ ରହୁଥିଲେ । ତେବେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

Related posts

୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

mahabharatanews

ବିଜେପିରେ ସାମିଲ ହେଲେ ଅରବିନ୍ଦ ଢାଲି 

mahabharatanews

ଆଜି ପୁଣି ଆକାଶରୁ ଶୁଭିଲା ପ୍ରଚଣ୍ଡ ଶଦ୍ଦ; ଭୟଭୀତ ଲୋକେ

mahabharatanews