ଓଡିଶା

ବିଜେପିରେ ସାମିଲ ହେଲେ ଅରବିନ୍ଦ ଢାଲି 

(ଭୁବନେଶ୍ୱର) :  ବିଜେପିରେ ସାମିଲ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ରବିବାର ରାଜ୍ୟ ଭାଜପା କାର୍ଯ୍ୟଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି । ଭାଜପାର ବହୁ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି । ତେବେ ଅରବିନ୍ଦ ଢାଲି ଶନିବାର ଦଳରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ସୂଚନାନୁଯାୟୀ ,  ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଗତକାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ । ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା  ରବିବାର ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଛନ୍ତି । ୨୦୦୯ ଓ ୨୦୧୯ରେ ଦୁଇ ଥର ବିଜେଡି ଟିକଟରେ ଜୟଦେବ ଆସନରୁ ବିଧାୟକ ହୋଇଥିଲେ । ସେ ବିଜେପି, ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜେଡିରେ ସାମିଲ ହୋଇଥିଲେ ।

Related posts

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

mahabharatanews

ଖଡିଆ ସାଂସ୍କୃତିକ ସମାଜର ମହାସମାବେଶ

mahabharatanews

ବିଧାୟକଙ୍କ ଦରମା ବୃଦ୍ଧି ହେଉ

mahabharatanews