ଓଡିଶା

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ଅନୁଗୁଳ: ଫୁଲ ତୋଳି ଘରକୁ ଫେରୁଥିଲେ। ହେଲେ ବାଟରେ ଘଟିଗଲା ଅଘଟଣ । ହଠାତ୍‌ ସାମନା ପଟୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଅନୁଗୁଳ ଜିଲ୍ଲା ସଦର ଥାନା ଅଧୀନ କରଡ଼ା ଗାଡିଆ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ହେଲେ କରଡ଼ାଗାଡିଆ ଗାଁର ୬୫ ବର୍ଷୀୟ କାଶୀନାଥ ତୁଙ୍ଗ।

କଶୀନାଥ ଆଜି ଭୋରରୁ ସାଇକେଲ ଯୋଗେ ଛକକୁ ଆସିଥିଲେ। ଛକରୁ ଫୁଲ ତୋଳି ସେ ଘରକୁ ଫେରୁଥିଲେ। ମାତ୍ର ହଠାତ୍‌ ସାମନା ପଟୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଗାଡ଼ିଟି ଫେରାର ହୋଇ ଯାଇଥିବାରୁ କୌଣସି ସୂଚନା ମିଳିପାରିନି।

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା ।ଖବର ପାଇ ସଦର ଥାନା ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଏହାପରେ କ୍ଷତିପୂରଣ ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Related posts

୪ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର

mahabharatanews

ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

ଗୋପାଳପୁରରେ ଶହଶହ ଜେଲିଫିସ୍‌

mahabharatanews