(ମହାଭାରତ/ ମଧୁସ୍ମିତା ତ୍ରିପାଠୀ): ସାରା ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ ପାଇଁ ଅଧିକ ଛାନଭିନ କରୁଥିବା ବେଳେ ସେମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ପୁଲିସ ଏନକାଉଣ୍ଟର କରିଥିବା ଜଣାପଡିଛି। ଘଟଣାସ୍ଥଳରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ପୋଲିସ କମିସନର ସ୍ପଷ୍ଟ କରିଛନ୍ତି। ମହିଳା ଡାକ୍ତରଙ୍କ ମୃତ ଦେହ ଚେତନାପାଲୀ ଓଭରବ୍ରିଜ ତଳୁ ମିଳିଥିବା ବେଳେ ସେହି ଓଭରବ୍ରିଜ ଉପରେ ହିଁ ସେମାନଙ୍କୁ ଏନକାଉଣ୍ଟର କରାଯାଇଛି ।
ସୂଚନାଯୋଗ୍ୟ, ଗତ ୨୭ ତାରିଖ ରାତିରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ସାହାର୍ଯ୍ୟ କରିବା ନାଁରେ ତାଙ୍କୁ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ପୋଡି ମାରି ଦେଇଥିଲେ । ଆରିଫ ଓ ଶିବା ଏହି ଘଟଣାର ସୂତ୍ରଧର ବୋଲି ଜଣାପଡିଥିଲା । ସ୍କୁଟର ପଙ୍କଚର ହୋଇଯିବା ପରେ ଡାକ୍ତରାଣୀ ତାଙ୍କ ଭଉଣୀଙ୍କ ସହିତ ଫୋନ୍ରେ କଥା ହୋଇଥିଲେ। କଥା ସରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଟେକି ନେଇ ବଳାତ୍କାର କରିଥିଲେ । ଅପରପକ୍ଷରେ ଆରିଫ ଓ ନବୀନ ଡାକ୍ତରାଣୀଙ୍କ ଗାଡ଼ିକୁ ନିକଟସ୍ଥ କୋଠୁର ଗ୍ରାମକୁ ନେଇ ଏହାର ନମ୍ବର ପ୍ଲେଟ୍ ଖୋଲି ଛାଡ଼ି ପଳାଇଥିଲେ। ଚେତନପାଲୀରେ ମୃତଦେହକୁ ଏକ ପୋଲ ନିକଟରେ ପୋଡ଼ି ସେମାନେ ସେଠାରୁ ଫେରାର ହୋଇଯାଇଥିଲେ ।
previous post
next post