ଓଡିଶା

୩ଟି ସମୂଦ୍ର ମୁହାଣ ଓ ଆଖପାଖରେ ମାଛ ଧରା ଉପରେ କଟକଣା

ପାରାଦୀପ: ବିରଳ ଅଲିଭ୍ ରିଡଲେଙ୍କ ମିଳନ ଋତୁ । ମୁହାଣରେ ମାଛ ଧରା ମନା । ୩ଟି ସମୂଦ୍ର ମୁହାଣ ଓ ଆଖପାଖରେ ମାଛ ଧରା ଉପରେ କଟକଣା ଲଗାଯାଇଛି । ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ଏହି କଟକଣା ଲାଗ ଯାଇଛି । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ମାସ ଯାଏଁ କଟକଣା ଜାରି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଯାଇଛି । ଏହା ସହ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଭେସେଲ, ଟ୍ରଲର, ଯନ୍ତ୍ରଚାଳିତ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବାରଣ କରାଯାଇଛି । ସମୁଦ୍ରକୂଳରେ କଇଁଛ କୁଡିଆ ନିର୍ମାଣ ହେବା ସହ ରାତ୍ରି ପେଟ୍ରୋଲିଂ ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅଲିଭ୍ ରିଡ୍ଲେ କଇଁଛମାନେ ହଜାର ହଜାର କିଲୋମିଟର ଦୂରରୁ ଗହୀରମଥାର ଋଷିକୂଲ୍ୟା ମୁହାଣ ଏବଂ ଅସ୍ତରଙ୍ଗର ଦେବୀ ନଦୀ ମୁହାଁଣକୁ ଆସି ଅଣ୍ଡାଦାନ କରିଥାନ୍ତି । ଏଥିପାଇଁ ଚାରିଟି କଇଁଛ କୁଡିଆ ସହ ହାଚେରୀ ନିର୍ମାଣ କାମ ଆରମ୍ଭ ହୋଇଛି । ଋଷିକୁଲ୍ୟା, ଧାମରା ଏବଂ ଦେବୀ ମୁହାଣରେ ମାଛଧରା ଉପରେ କଟକଣା ଲଗାଯାଇଛି ।

Related posts

‘ନୂଆଁଖାଇ’ପର୍ବ : ବଜାରରେ ଭିଡ଼ ପ୍ରବଳ 

mahabharatanews

୨୦ରେ ମା’ ସମଲେଶ୍ବରୀଙ୍କ ନବାନ୍ନ ଲାଗି 

mahabharatanews

ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

mahabharatanews