(ମହାଭାରତ/ଭୁବନେଶ୍ୱର): ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଇତି ମଧ୍ୟରେ ଦଳ ପକ୍ଷରୁ ରାଜ୍ୟର ୩୩ ଟି ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ଦିଅ ।ଯାଇଛି । ·ରିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଦଳର ରାଜ୍ୟ ସଭାପତି ଓ ୮୦ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ପଦ ପାଇଁ ନିର୍ବାଚନ ଅ ।ସନ୍ତା ଫେବୃୟାରୀରେ ହେବ ବୋଲି ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପକେଶରୀ ଦେବ କହିଛନ୍ତି । ଅଷ୍ଟମ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦଳର ପ୍ରତିଷ୍ଠାତା ସଭାପତି ନବୀନ ପଟ୍ଟନାୟକ ୭ ଥର ନିର୍ବାଚିତ ହୋଇଛନ୍ତି । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ସେପ୍ଟେମ୍ବର ୨ ତାରିଖରୁ ଅ ।ରମ୍ଭ ହୋଇଥିବା ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନର ସମୟ ସୀମା ଅ ।ସନ୍ତା ୧୫ ତାରିଖ ପଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ପଯ୍ୟନ୍ତ ୯୬ ଲକ୍ଷରୁ ଅଧିକ ସଦସ୍ୟ ସଂଗ୍ରହ କରାଯାଇପାରିଛି । ୧୫ ତାରିଖ ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇବା ବୋଲି କୁହାଯାଇଛି । ପ୍ରଥମ ଥାର ପାଇଁ ସଦସ୍ୟ ସଂଗ୍ରହ ଅଭିଯାନରେ ସଦସ୍ୟଙ୍କ ଆଧାର ନଂ ସଂଯୋଗ କରାଯାଇଛି । ଜିଲ୍ଲା ର୍ନିବାଚନ ଅଧିକାରୀମାନେ ଅ ।ସନ୍ତା ୧୫ ତାରିଖ ସୁଦ୍ଧା ବ୍ଲକ,ଏନଏସି,ପୌର, ପରିଷଦ ଏବଂ ମହାନଗରନିଗମ ପାଇଁ ସହକାରୀ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେବେ । ·ରିଟି ପର୍ଯ୍ୟାୟରେ ହେବାକୁ ଥିବା ର୍ନିବାଚନ ପକ୍ରିୟା ତିନିମାସ ଧରି ·ଲିବ । ସମସ୍ତ ପଦ ପାଇଁ ବାଲଟ ପେପେରରେ ଭୋଟ ଗ୍ରହଣ କରାଯିବ ।
previous post