ଓଡିଶା

ଆଉ ଜଣେ ପୁଲିସ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଭୁବନେଶ୍ୱର: କମିଶନରେଟ ପୁଲିସର ଜଣେ ପୁଲିସ କରୋନା ଯୋଦ୍ଧା ମହାମାରୀ କରୋନା ସହ ଯୁଦ୍ଧରେ ହାରି ଯାଇଛନ୍ତି । ଅପରାଧିଙ୍କୁ କବଳିତ କରିବାରେ ମାହିର ଥିବା ଏହି ଯୋଦ୍ଧା କିନ୍ତୁ କରୋନା ଭୂତାଣୁ ନିକଟରେ ପରାଜୟ ବରଣ କରିଛନ୍ତି । ଏହି ଯୋଦ୍ଧା ହେଲେ ଖଣ୍ଡଗିରି ଥାନାରେ ନିୟୋଜିତ ଏଏସଆଇ ଶିଶିର କୁମାର ସେଠୀ । କୋଭିଡ ୧୯ ସହ ଜାରି ଲଢେଇରେ ଦିନ ରାତି ନିଜ ଜୀବନକୁ ବାଜି ଲଗାଇ ଦାୟିତ୍ୱ ସମ୍ପାଦନ କରୁଥିଲେ । କିନ୍ତୁ କୋଭିଡ ପଜିଟିଭ ହେବା ପରେ ସେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଥିବା ବେଳେ ଶେଷରେ ସୋମବାର ଆଖିବୁଜି ଦେଇଛନ୍ତି । ତାଙ୍କ ମୃତ୍ୟୁ କୋଭିଡରେ ହୋଇଥିବାରୁ କୋଭିଡ ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସମସ୍ତ ସୁବିଧା ସୁଯୋଗ ସେଠୀଙ୍କ ପରିବାରକୁ ମିଳିବ ବୋଲି ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ।
ସେଠୀ ମୃତ୍ୟୁରେ ବୁଦ୍ଧିଜୀବୀ, ପୁଲିସ ଓ ସାମ୍ବାଦିକ ମହଲରେ ଗଭୀର ଶୋକ ଦେଖା ଦେଇଛି । କାରଣ ମଣିଷ ହିସାବରେ ସେ ଭାରି ଭଲ ଥିଲେ । ସ୍ୱଭାବରେ ମେଳାପୀ, ମିଷ୍ଠଭାଷୀ ଓ ପରୋପକାରୀ ଥିଲେ । ତାଙ୍କର ପୁଲିସ କର୍ମଚାରୀଙ୍କ ବ୍ୟତୀତ, ସାମ୍ବାଦିକ ଓ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ଥିଲା । ସେଠୀଙ୍କର ପରେ ତାଙ୍କର ୩ ଝିଅ ଅଛନ୍ତି । ତାଙ୍କ ପରିବାରକୁ ବିଭିନ୍ନ ମହଲରୁ ସମବେଦନା ଜଣାଯାଉଛି ।

Related posts

ମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ

mahabharatanews

ମେକ୍ ଇନ୍ ଓଡିଶା କନକ୍ଲେଭ,ଭୁବନେଶ୍ୱର ଅକାଶରେ ଏକା ସାଙ୍ଗରେ ଉଡିଲା ୬ ଡ୍ରୋନ

mahabharatanews

ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା:  ଟ୍ରେନ ଧକ୍କାରେ ଦୁଇ ମୃତ

mahabharatanews