Uncategorized

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଶନିବାର ଜାମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀକୁ ମାରିଛନ୍ତି । ଏକ ବିଶେଷ ସୂତ୍ରରୁ ସୂଚନା ପାଇଁ ସୁରକ୍ଷାବଳ ଖାନତଲାସ କରିବା ସମୟରେ ଆତଙ୍କବାଦୀଙ୍କ ତରଫରୁ ସୁରକ୍ଷାବଳ ଉପରକୁ ଗୁଳି ମାଡ କରାଯାଇଥିଲା । ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଗୁଳିଗୁଳା ଜବତ ହୋଇଛି । ଏହା ପରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଅନନ୍ତନାଗର ଲାରନୁ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥି ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଆରମ୍ଭ କରିଥିଲେ। ସୁରକ୍ଷାବଳ ଦ୍ୱାରା ଚାରି ଆଡୁ ଘେରିରହିବା ଦେଖି ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନା ମଧ୍ୟ କରିଥିଲେ । ସୁରକ୍ଷାବଳ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

 

Related posts

କରୋନା: ଦେଶର ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

mahabharatanews

କରୋନା ନେଲା ୫ ଜୀବନ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଛୋଲେ କୁଲ୍ଚା

mahabharatanews