Uncategorized

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଶନିବାର ଜାମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀକୁ ମାରିଛନ୍ତି । ଏକ ବିଶେଷ ସୂତ୍ରରୁ ସୂଚନା ପାଇଁ ସୁରକ୍ଷାବଳ ଖାନତଲାସ କରିବା ସମୟରେ ଆତଙ୍କବାଦୀଙ୍କ ତରଫରୁ ସୁରକ୍ଷାବଳ ଉପରକୁ ଗୁଳି ମାଡ କରାଯାଇଥିଲା । ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଗୁଳିଗୁଳା ଜବତ ହୋଇଛି । ଏହା ପରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଅନନ୍ତନାଗର ଲାରନୁ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥି ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଆରମ୍ଭ କରିଥିଲେ। ସୁରକ୍ଷାବଳ ଦ୍ୱାରା ଚାରି ଆଡୁ ଘେରିରହିବା ଦେଖି ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନା ମଧ୍ୟ କରିଥିଲେ । ସୁରକ୍ଷାବଳ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

 

Related posts

ଦିଲ୍ଲୀ ହିଂସାରେ ଗୁଇନ୍ଦା କନଷ୍ଟେବଳଙ୍କ ମୃତ୍ୟୁ ସନ୍ଦେହ

mahabharatanews

ସିିଏଏ ହିଂସା: ୟୁପି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଜରୁରୀକାଳୀନ ବୈଠକ

mahabharatanews

ଇଟାଲିକୁ ପଛରେ ପକାଇ ଭାରତ ବିଶ୍ୱ କରୋନା ତାଲିକାରେ ୬ଷ୍ଠ ସ୍ଥାନରେ

mahabharatanews