Uncategorized

ଜାଲିକାଟୁରେ ଭାଗ ନେବେ ସ୍ୱଦେଶୀ ବଳଦ: ମାଡ୍ରାସ ହାଇକୋର୍ଟ

ମାଡ୍ରାସ: ଗୁରୁବାର ଦିନ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ପାରମ୍ପରିକ ପର୍ବ ଜାଲିକାଟ୍ଟୁ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ତାମିଲ ନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଜାଲିକାଟ୍ଟୁରେ ଭାଗ ନେବା ପାଇଁ ସରକାର କେବଳ ଦେଶୀ ବଳଦଙ୍କୁ ଅନୁମତି ଦିଅନ୍ତୁ । ବିଦେଶୀ ବା ଉନ୍ନତମାନର ଶଙ୍କର ଜାତୀୟ ବଳଦଙ୍କୁ ଜାଲିକାଟ୍ଟୁରେ ଭାଗ ନେବା ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସରକାରଙ୍କୁ କୋର୍ଟ କହିଛନ୍ତି, ଚାଷୀ ବା ବଳଦ ମାଲିକଙ୍କୁ ସ୍ୱଜାତି ପ୍ରଜନନ ପାଇଁ ପ୍ରୋତ୍ସାହିତ କରିବାକୁ ସବସିଡି ଯୋଗାଇ ଦେବା ଉଚିତ । ଏଥିସହ କୋର୍ଟ ଆହୁରି ନିର୍ଦ୍ଦେଶ ଦେଇଛନ୍ତି କି, ଜାଲିକାଟ୍ଟୁରେ ଭାଗ ନେବା ପୂର୍ବରୁ ବଳଦଙ୍କୁ ସ୍ୱିକୃତି ପ୍ରଦାନ କରୁଥିବା ପଶୁ ଡାକ୍ତରଙ୍କୁ କେବଳ ସ୍ୱଜାତି ବଳଦଙ୍କୁ ସ୍ୱୀକୃତି ଦେବାକୁ ନିଶ୍ଚିତ କରିବାକୁ ହେବ ।
ଅଦାଲତ ଦର୍ଶାଇଛନ୍ତି ଯେ ପ୍ରାଣୀମାନଙ୍କର କୃତ୍ରିମ ପ୍ରଜନନ ପ୍ରାଣୀମାନଙ୍କର ମିଳନ ଅଧିକାରକୁ ଅସ୍ୱୀକାର କରିବ ଏବଂ ଏହା ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ହେବ, ଯାହା ନିବାରଣ ନିମନ୍ତେ ପଶୁପକ୍ଷୀଙ୍କ ଅଧିନିୟମ, ୧୯୬୦ ଅନୁଯାୟୀ ହେବ।

Related posts

୧୯୯୮ରେ ଦାଉଦକୁ ମାରିବାକୁ ଛୋଟା ରାଜନ ଷହଯନ୍ତ୍ର କରିଥିଲା: ଲକଡବାଲା

mahabharatanews

ମହାକୁମ୍ଭ: ତୁରନ୍ତ ନିଷ୍ପତ୍ତି ନେବାକୁ ଅଖିଳ ଭାରତୀୟ ଆଖଡା ପରିଷଦର ପରାମର୍ଶ

mahabharatanews

ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ

mahabharatanews