ଶିକ୍ଷା

ମେ ୩୧ରେ ଓପିଏସସି ସ୍କିଲ ଟେଷ୍ଟ

ଭୁବନେଶ୍ୱର: ଜୁନିଅର ଆସିଷ୍ଟାଣ୍ଟ ପଦବୀର ନିଯୁକ୍ତି ପାଇଁ ସ୍କିଲ ଟେଷ୍ଟ ତାରିଖ ଓ ବିବରଣୀ ପ୍ରକାଶ ପାଇଛି । ଚଳିତ ମାସ ୩୧କୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଓପିଏସ୍‌ସି ନିଜ ୱେବ୍‌ସାଇଟ୍‌ରେ ଏହି ସୂଚନା ପ୍ରକାଶ କରିଛି। ଭୁବନେଶ୍ୱର ଫୁଲନଖରାସ୍ଥିତ ପ୍ରାଚୀବିହାରର ଇଷ୍ଟ୍ କଲେଜ୍‌କୁ ପରୀକ୍ଷା କେନ୍ଦ୍ର ଭାବେ ଓପିଏସ୍‌ସି ସ୍ଥିର କରିଛି । ପରୀକ୍ଷା ପାଇଁ ରିପୋର୍ଟିଂ ସମୟ ସକାଳ ୯ଟା ରଖାଯାଇଛି।
ଲିଖିତ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିବା ୬୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ଜଣ ଭୁବନେଶ୍ବର ଜୋନ୍‌ରୁ ଚୟନ ହୋଇଥିବା ବେଳେ ୧୨ ଜଣ କଟକ, ୫ ଜଣ ସମ୍ବଲପୁର ଓ ଜଣେ ବାଲେଶ୍ବର ଜୋନ୍‌ରୁ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି । ତେବେ ଲକଡାଉନ ମଧ୍ୟରେ ପରୀକ୍ଷା ଦିନ ଧାର୍ଯ୍ୟ କରାଯାଇଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି ।

Related posts

ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ

mahabharatanews

ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁ ଆରମ୍ଭ ହେବ ସ୍କୁଲ

mahabharatanews

ଜେଇଇ ମେନ୍ ୨୦୨୦: ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର

mahabharatanews