ଓଡିଶାଶିକ୍ଷା

ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁ ଆରମ୍ଭ ହେବ ସ୍କୁଲ

(ଭୁବନେଶ୍ୱର) : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଉତ୍ତାପ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ସ୍କୁଲର ସମୟକୁ ବଦଳାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସୂଚନାନୁଯାୟୀ , ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଆସନ୍ତା ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ ହେବ । ସକାଳ ୬.୩୦ରୁ ୧୦ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲରେ ରହିବେ । ସେହିଭଳି ସକାଳ ୭ଟାରୁ ଦିନ ୧୧ଟା ଯାଏଁ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢାଯିବ ।

Related posts

୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଶୁଣାଣି

mahabharatanews

ସମ୍ବଲପୁରରେ ବିଜେଡି ସୁପ୍ରିମୋଙ୍କ ଜୋରଦାର ପ୍ରଚାରକୁ

mahabharatanews

ଅନ୍ୟ ରାଜ୍ୟ ଯିବାକୁ ଚାହୁଁଥିଲେ ମିଳିବ ଇ-ପାସ୍

mahabharatanews