ଓଡିଶା

ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ-୧୯ ଆମ୍ବୁଲାନ୍ସରେ ପରିଣତ

(ହିଞ୍ଜିଳିକାଟୁ, ରଜନିକାନ୍ତ ପାତ୍ର): କରୋନା ଭାଇରସ ସନ୍ଦିଗ୍ଧଙ୍କୁ ହସ୍ପିଟାଲ ଓ ଆଇସୋଲେଶନ ସେଣ୍ଟରକୁ ନେବାକୁ ଗାଡି ଚାଳକ ଅମଙ୍ଗ ହୋଇଥାନ୍ତି। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାପ୍ରଶାସନ ଓ ପରିବହନ ବିଭାଗ ଏକ ଅଭିନବ ପଦକ୍ଷେପ ନେଇ ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ-୧୯ ଆମ୍ବୁଲାନ୍ସରେ ପରିଣତ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ୨୨ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଛି। ପ୍ରତି ବ୍ଲକ ପାଇଁ ଗୋଟିଏ କୋଭିଡ-୧୯ ଆମ୍ବୁଲାନ୍ସ ଦିଆଯାଇଛି ଏବଂ ସ୍ଥାନୀୟ ତହସିଲଦାର ଏହାର ଦାୟିତ୍ୱରେ ରହିବେ। ଏହି ଆମ୍ବୁଲାନ୍ସରେ ସ୍ବସ୍ଥ୍ୟକର୍ମୀ ରହିବେ। ଉଭୟ ଚାଳକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ବତନ୍ତ୍ର ପୋଷାକ ଦିଆଯିବ। ସନ୍ଦିଗ୍ଧଙ୍କ ପାଇଁ ଉକ୍ତ ଆମ୍ବୁଲାନ୍ସରେ ସ୍ବତନ୍ତ୍ର କ୍ୟାବିନ କରାଯାଇଛି। ବୁଧବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଆର୍‌ଟିଓ ସଞ୍ଜୟ ବିଶାଳ ଏହାର ଅନୁଧ୍ୟାନ କରିଛନ୍ତି। ମୋଟ ୪୪ଟି କୋଭିଡ -୧୯ ଆମ୍ବୁଲାନ୍ସ ବ୍ୟବସ୍ଥା ହେବ ବୋଲି ସୂଚନା ଦିଆଯାଇଛି।

Related posts

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଛ ଦେଇ କୃତଜ୍ଞତା ଜଣାଇଲେ , ମସୁଣିହତା ବାସୀ

mahabharatanews

ରାଜ୍ୟରେ ଓମିକ୍ରନ ନେଲା ପ୍ରଥମ ପ୍ରାଣ

mahabharatanews

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

mahabharatanews