ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଧୁମ୍ ଧାମ୍ ରେ ଆୟୋଜନ

ଜଳେଶ୍ୱର/ ଅଜିତ୍ ସାହୁ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ସାରା ରାଜ୍ୟରେ ବଡ ଧୁମ୍ ଧାମ୍ ରେ ପାଳନ କରାଯାଇଛି । କୋଉଠି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି ତ ଆଉ କୋଉଠି ଗଛ ଲଗାଇ ସଚେତନତା ସୃଷ୍ଟି କରାଯାଇଥିଲା । ପୁଣି କେଉଁଠି ମନ୍ଦିରରେ ଦୀପ ଜାଳି ଦୀର୍ଘାୟୁ ଜୀବନ କାମନା କରାଯାଇଥିଲା। ଏହି ଜନ୍ମ ଦିନ ଅବସରରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ମହମ୍ମଦନଗର ପାଟଣା ପଞ୍ଚାୟତର କୁବାଡିଆ ଗ୍ରାମର ଆଦିବାସୀ ସାହିରେ ପିଲା ମାନଙ୍କୁ ମିଠା ଓ ପାଠ୍ୟ ଉପକରଣ ବଣ୍ଟନ କରି ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ଅଗ୍ରଗତିକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି,ତେଣୁ ତାଙ୍କର ଏହି ବିକାଶ ଚିନ୍ତା ଧାରାକୁ ସମ୍ମାନ ଜଣାଇ ଗ୍ରାମରପିଲା ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଛନ୍ତି , ଯାହା ପାଇଁ ପିଲା ମାନଙ୍କର ପାଠପଢ଼ା ପ୍ରତି ଆଗ୍ରହ ବଢିବ,ଏହି ଅବସରରେ ୨ ଶହରୁ ଅଧିକ ପିଲାଙ୍କୁ ବହି ଖାତା ସିଲଟ କଲମ ବଣ୍ଟନ କରିବା ସହିତ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି

Related posts

ଦୁଇରୁ ତିନିଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ

mahabharatanews

ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

mahabharatanews

ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

mahabharatanews