Uncategorized

ପ୍ୟାଡ ମହିଳା ଏବେ ପାଲଟିଛନ୍ତି ଅନ୍ନଦାତ୍ରୀ

 ସୁରଟ: ସୁରଟର ପ୍ୟାଡ ମହିଳା ଭାବେ ପରିଚିତ ମୀନା ମେହତା ଏବେ ପାଲଟିଛନ୍ତି ଅନ୍ନଦାତ୍ରୀ । ଏବେ ସେ ଓ ତାଙ୍କ ସ୍ୱାମୀ ଅତୁଲ ମେହତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ ସହରର ୨୦୦ ପୃଷ୍ଟିହୀନ ଶିଶୁ ଓ ଗରିବ ଲୋକଙ୍କୁ ଯୋଗାଇ ଦେଉଛନ୍ତି ଖାଦ୍ୟ । ସେ ଦୀର୍ଘ ୮ ବର୍ଷ ଧରି ତାଙ୍କ ପାଖ ପଡିଶାର ଝିଅମାନଙ୍କୁ ହାଇଜେନିକ କିଟ ଓ ସାନିଟାରୀ ନାପକିନ ପ୍ରଦାନ କରି ଆସୁଛନ୍ତି । ତେବେ ଦେଶରେ ଲକଡାଉନ କାଳରେ ସେ ଲୋକ ଲୋଚନକୁ ଆସିଥିଲେ ।
ଲକଡାଉନ ସମୟରେ ତାଙ୍କ ସହ ଦେଖାହୋଇଥିବା ଜଣେ ଭିକାରୀ ଏହି ଅନ୍ନଛତ୍ର ଖୋଲିବାକୁ ତାଙ୍କୁ ପ୍ରେରଣା ଦେଇଥିଲେ । ସେହି ଭିକାରୀକୁ ସେ ତାଙ୍କ ଘର ନିକଟରେ ଦେଖିଥିଲେ, ଯିଏ ତାଙ୍କୁ କହିଥିଲା କି, ସେ ତାଙ୍କ ଛୋଟ ପିଲାମାନଙ୍କୁ ଅଳ୍ପ ନିଶା ଦେଉଛନ୍ତି ଯେମିତି ସେମାନେ ଦୀର୍ଘ ପର୍ଯ୍ୟନ୍ତ ଶୋଇ ରହିବେ ଓ ତାଙ୍କୁ ଖାଦ୍ୟ ମାଗିବେ ନାହିଁ । ଏହା ପରେ ମେହତା ଦମ୍ପତ୍ତି ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହଯୋଗରେ ଖାଦ୍ୟ ରାନ୍ଧି ନିକଟବର୍ତ୍ତୀ ଅଞ୍ଚଳର ଭୋକିଲା ଶିଶୁ ଓ ବୟସ୍କଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି । ସେ ଅ।।ହୁରି କହିଛନ୍ତି, ପ୍ରାରମ୍ଭିକ ଅବସ୍ଥାରେ ଏହି କାର୍ଯ୍ୟରେ ପୁରା ଦିନ ବିତିଯାଉଥିଲା । କିନ୍ତୁ ଏବେ ସ୍ଥାନୀୟ ଲୋକଙ୍କ ସହଯୋଗ ମିଳିଛି । ଏପରି କି, ପାଖ ଆଖର ତେଜରାତି ଦୋକାନୀ ମେହତାଙ୍କ ଘରେ ସାମଗ୍ରୀ ଯୋଗାଇ ସହାୟତାର ହାତ ବଢାଇଛନ୍ତି । ଏହି ଦମ୍ପତି ତାଙ୍କ ଖାଦ୍ୟର ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ସେମାନେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ଯେମିତି ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ହେବ ।

 

Related posts

ସିଏଏ ବିରୋଧରେ ପ୍ରଦର୍ଶନ ଜାରି, ଦିଲ୍ଲୀର ୧୪ ମେଟ୍ରୋ ଷ୍ଟେସନ ବନ୍ଦ

mahabharatanews

ଦିଲ୍ଲୀ ଫଳାଫଳ ପାଇଁ ସାହିନବାଗ ଖାଲି

mahabharatanews

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

mahabharatanews