ଓଡିଶା

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ବିଶେଷ ନୀତି ପାଇଁ ଆଜି ଅପରାହ୍ନ ୪ ଟା ରୁ ରାତ୍ର ୮ ଟା ଯାଏ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଦ୍ଵତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକ ମାନଙ୍କର ଏକ ଗୋଷ୍ଟିଗତ ସେବା ଅଟେ । ଶ୍ରୀଜୀଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପଇତା ଲାଗି କରାଯାଇଥାଏ ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟର। ସେବକଙ୍କୁ ପଇତା ବୋଳିବାପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି। ପଇତା ବୋଳି ସାରି ପାଟରା ସେବକ ଉକ୍ତ ଦିନ ଦେଉଳ କାରଣ ଙ୍କୁ ଯୋଗାଇଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇ ଥିବା ରୁ ପଇତାଲାଗି ନୀତି ସମୟ ରେ ସାଧାରଣ ଦର୍ଶନ ବନ୍ଦ ରହେ ।

Related posts

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଡିଲରଙ୍କୁ ଆଳୁ ପ୍ରଦାନ

mahabharatanews

ଆଉ ଦୁଇରେ କେରଳ ଛୁଇଁବ ମୌସୁମୀ 

mahabharatanews

ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ଶ୍ରୀ ନବୀନ ପଟ୍ଟନାୟକ

mahabharatanews