(ଇସଲାମାବାଦ): ପାକିସ୍ତାନରେ ସଂଖ୍ୟାଲଘୁମାନେ ଅତ୍ୟାଚାରିତ ହେଉଥିବା ଘଟଣା ସାରା ବିଶ୍ୱ ଜାଣିଥିବା ବେଳେ ଏଥିରୁ ଏବେ ରାଜନେତା ବି ବାଦ୍ ପଡିନାହାନ୍ତି । ଏଠାରେ ଜଣେ ଶିଖ୍ ନେତାଙ୍କୁ ଆକ୍ରମଣ କରାଯିବା ପରେ ବାରମ୍ବାର ହତ୍ୟା ଧମକ ମିଳିବାରୁ ସେ ନିଜର ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି । ପରିବାର ସହ ପାକିସ୍ତାନ ଛାଡି ପଳାଇ ଆସି ଏବେ ସାହାଯ୍ୟ ପାଇଁ ସାରା ବିଶ୍ୱର ଶିଖ୍ମାନଙ୍କୁ ନିବେଦନ କରିଛନ୍ତି । ରାଧେଶ ସିଂହ ଟୋନୀ ନାମକ ପାକିସ୍ତାନର ଏହି ଶିଖ୍ ନେତା ବୁଧବାର ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ । ସେଥିରେ ପାକିସ୍ତାନରେ ତାଙ୍କୁ କିଭଳି ନିର୍ଯାତନା ମିଳିଛି ତାହା ଜଣାଇଥିଲେ । ଶିଖ୍ ସମ୍ପ୍ରଦାୟ ତାଙ୍କର ଏବଂ ତାଙ୍କର ପରିବରାର ସହାୟତା କରିବା ସହ ତାଙ୍କୁ କୌଣସି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଟୋନୀ ଭିଡିଓରେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନୀ ଶିଖ୍ ନେତା ଟୋନୀ ୨୦୧୮ରେ ପେଶୱାରର ପିକେ-୭୫ ନିର୍ବାଚନମଣ୍ଡଳୀରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଏହା ସହିତ ସେ ସ୍ଥାନୀୟ ଶିଖ୍ ସମ୍ପ୍ରଦାୟର ପ୍ରମୁଖ ସଦସ୍ୟ ଏବଂ ଖାଇବର ପଖତୁନଖ୍ୱାର ପାକିସ୍ତାନ ସଂଖ୍ୟାଲଘୁ ସଂଗଠନର ଅଧ୍ୟକ୍ଷ ଥିଲେ ।
previous post
next post