ଅନୁଗୁଳ :ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁଗୁଳ ଜିଲ୍ଲା ପାଳଲହଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତରେ ପରିଚାଳନା ତ୍ରୁଟି ହୋଇଥିଲା । ଶେଷରେ ମାମଲା ତାଳଚେର କୋର୍ଟରେ ପହଁଞ୍ଚିଥିଲା ।ଅନିୟମିତତା ନେଇ କୋର୍ଟ ନିଷ୍ପତି ଦେବା ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଣ୍ଣପାଳ ସରପଞ୍ଚଙ୍କ ପଦବୀ ରଦ୍ କରାଯାଇ ପୁନଃ ଉପନିର୍ବାଚନ କରାଯାଇଥିଲା ।କଣିହାଁ ବ୍ଲକ ପ୍ରଶାସନ ପକ୍ଷରୁ ଗତ ସୋମବାର ସାନି ନିର୍ବାଚନ ହୋଇଥିଲା ବେଳେ ଗୁରୁବାର ଭୋଟ ଗଣତି ହୋଇଥିଲା ବେଳେ ଫଳାଫଳ ଘୋଷଣା କରାଯାଇଥିଲା ।୧୨ ରାଉଣ୍ଡ ଗଣତି ଶେଷ ବେଳକୁ ବିଜେପି ସମର୍ଥୀତ ପ୍ରାର୍ଥୀ ହୃଷିକେଶ ସାମଲ ବିଜୟ ହେବା ନେଇ ନିର୍ବାଚନ ଅଧିକାରୀ ବିଡ଼ିଓ ନିଶାନ ମିଶ୍ର ଘୋଷଣା ପରେ ଶାସକ ବିଜେଡିକୁ ଶକ୍ତ ଧକ୍କା ଲାଗିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ଗଡ଼ରେ ବିଜେପି ଧସେଇ ପଶି ଜିତାପଟ ନେଇଥିବା କୁହାଯାଇଛି । ସତ୍ୟ, ଧର୍ମର ବିଜୟ ହୋଇଛି।ଅହଂକାରୀ ବିଜେଡି ଦଳ କୁ ପଞ୍ଚାୟତବାସୀ ଉଚିତ ଜବାବ ଦେଇଛନ୍ତି, ଆଗାମୀ ବିଧାନସଭା ଓ ଲୋକସଭା ଭୋଟ ପୂର୍ବରୁ ଏହା ବିଜେଡି ପାଇଁ ପରୀକ୍ଷା ଥିଲା। ବିଜେଡି ନେତା ଠିକାଦାରୀ କରି ନିମ୍ନମାନର କାମ କରି ଲକ୍ଷାଧିକ ଲୁଟ କରି ଦଳୀୟ ପାଣ୍ଠି ବୃଦ୍ଧି କରିବାର ଫଳ ଭୋଗିବାକୁ ପଡିଲା ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ରାଜ୍ୟ ବିଜେପି କାର୍ୟ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ପଞ୍ଚାୟତ ଉପନିର୍ବାଚନରେ ଜନତା ଠିକଣା ସମୟରେ ଉଚିତ ଜବାବ ଦେଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।
ପ୍ରକାଶଥାଉକି, ବ୍ଳକସ୍ଥ କର୍ଣ୍ଣପାଳ ପଞ୍ଚାୟତରେ ମୋଟ ୩୪୬୪ ପୁରୁଷ/ମହିଳା ଭୋଟରଙ୍କ ମଧ୍ୟ୍ୟରୁ ୨୭୨୯ ଜଣ ୧୨ଟି ବୁଥ୍ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଥିଲେ। ୧୨ ରାଉଣ୍ଡ ଗଣତି ଶେଷ ବେଳକୁ ହୃଷିକେଶ ସାମଲ ମୋଟ ୧୫୫୨ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ ।ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ଭାବରେ ଜଳଧର ସାମଲ ୧୧୬୯ ଖଣ୍ଡ ଭୋଟ ପାଇଥିଲେ।୩୩୮ଖଣ୍ଡ ଭୋଟ ଅଧିକ ପାଇ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ର୍ଥ ଗ୍ଦ୪୨ଖଣ୍ଡ ଭୋଟ ନାକଚ ହୋଇଥିବା ବେଳେ ତୃତୀୟ ସ୍ଥାନରେ ବନମାଳୀ ବେହେରା ୩୬ଖଣ୍ଡ ଭୋଟ ପାଇଥିଲେ। ବିଜୟୀ ସରପଞ୍ଚ ହୃଷିକେଶ ବିଜେପି ସମର୍ଥିତ ପ୍ରାର୍ଥୀ।
ଶେଷରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ବାଚନ ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।ଏହା ମୋର ବିଜୟୀ ନୁହେଁ, କର୍ଣ୍ଣପାଳ ପଞ୍ଚାୟତ ବାସୀ ଓ ସତ୍ୟର ବିଜୟ ହୋଇଛି ବୋଲି ନବନିର୍ବାଚିତ ସରପଞ୍ଚ ହୃଷିକେଶ ପ୍ରକାଶ କରିଛନ୍ତି। ବିଜେପି ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ବିଜେପି ପ୍ରଭାରୀ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ପ୍ରମୁଖ କର୍ଣ୍ଣପାଳ ପଞ୍ଚାୟତ ର ସମସ୍ତ ଜନସାଧରଣଙ୍କୁ କୃତଜ୍ଞତା ଜଣାଇବା ସହ ନବନିର୍ବାଚିତ ସରପଞ୍ଚ ହୃଷୀକେଶଙ୍କୁ ବିଜେପି ପକ୍ଷରୁ ଅଭିନନ୍ଦନ ଜଣାଯାଇଛନ୍ତି। ପବିତ୍ର ନଗର ମଣ୍ଡଳ ପାର୍ଟି ସଭାପତି ପ୍ରହ୍ଲାଦ ସାମଲ ଏବଂ ବିଜେପି ନେତା ରମେଶ ପ୍ରଧାନ ଏହା ସତ୍ୟ ଓ ଧର୍ମର ବିଜୟ ହୋଇଛି ବୋଲି ପ୍ରକାଶ କରିଛନ୍ତି।ନିର୍ବାଚନ ଫଳା ଫଳ ପରେ ଶାଶକ ଦଳ ମଧ୍ୟରେ ନିରାଶ ଦେଖା ଦେଇଥିବା ବେଳେ ବିଜେପି ପାର୍ଟି କର୍ମୀଙ୍କ ମହଲରେ ନୂତନ ଆଶା ସଂଚାରିଛି।
previous post
next post
