(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭୂତପଡା ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଘର ବାହାରେ ଥିବା ଏକ ସଜନା ଗଛ କାଟୁଥିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଏହି ଗାଁର ସୁନୀଲ ଓରାମ ବୋଲି ଜଣାପଡିଛି । ଗଛ କାଟିବା ବେଳେ ବିଦ୍ୟୁତ ତାର ଦେହରେ ଲାଗି ଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଜଣେ ଲାଇନ୍ମ୍ୟାନ ବିଦ୍ୟୁତ ଆଘାତରେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ଜିଲ୍ଲା ଅନ୍ତର୍ଗତ ଟକବା ଗାଁର ଅଜିତ ବେହେରା ବୋଲି ଜଣାପଡିଛି । ସମ୍ବଲପୁର ଠାରେ ଥିବା ଶାସନ ଗ୍ରୀଡରେ ରକ୍ଷଣାବେକ୍ଷଣ କାମ କରୁଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିିଲା । ଏହି ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ଭିମସାର ପଠାଇ ଦିଆଯାଇଥିବା ଜଣାଯାଇଛି ।
previous post
next post
