ଓଡିଶା

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍‌ଘାଟିତ

ନୂଆଗାଁ ବ୍ଲକ୍‌ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ଉଦଘାଟିତ ହୋଇଯାଇଛି । ଏହି ମେଳା ଦୀର୍ଘ ୪ ଦିନ ଧରି ପାଳିତ ହେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଦିବା ୨ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ୍ ହୋଇ କଳାକାରମାନେ ନାମ ସଂକୀର୍ତ୍ତନ, ଦୁଲୁଦୁଲିରେ ପଞ୍ଚୁପାଣ୍ଡବ ପୀଠରୁ ବାହାରି ନୂଆଗାଁ ବିରୁପାକ୍ଷେଶ୍ଵର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତି ମଣ୍ଡପ,ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚି ଥିଲେ। ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ପତାକା ଉତୋଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ । ଅପରାହ୍ନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଂଧ୍ଯା ଉଦ୍‌ଘାଟନି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ମାନନୀୟ ସୁରମା ପାଢ଼ୀ ଏବଂ ମୁଖ୍ୟ ବକ୍ତା ଭାବେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁvଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ନୂଆଗାଁ ପଂଚାୟତ ସମିତି ଅଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତକୁମାର ରାଉଳ, ୯ନଂ ଜୋନ୍ ଜିଲାପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନି, ଅତିରିକ୍ତ ଏସପି ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ମଂଚାସୀନ ରହିଥିଲେ। ନୂଆଗାଁ ମାଟି ହେଉଛି କଳା,ସଂସ୍କୃତି ଓ ଐତିହ୍ୟ ପରମ୍ପରା ଏପରିକି ବୀର ସହୀଦ କଷ୍ଟି ଡ଼ାକୁଆ,ସ୍ୱାଧୀନ ସଂଗ୍ରାମୀ ବୁଦ୍ଧି ପରିଡ଼ା, ଦୟା ପରିଡ଼ା ଙ୍କ ଗାଥା ଅତିଥିମାନେ ନିଜନିଜ ବକ୍ତବ୍ୟ ରଖିଥିଲେ।

ମଂଚରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଜଗନ୍ନାଥ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହ ପଞ୍ଚୁପାଣ୍ଡବ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ଦିଲ୍ଲୀପ କୁମାର ଦଳବେହରା ବିବରଣୀ ପାଠ କରିଥିଲେ।ନୂଆଗାଁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ନୂଆଗାଁ ବନ୍ଦନା ପରିବେଷଣ ହୋଇଥିବା ବେଳେ ଶୀଭ ମ୍ୟୁଜିକ,ଅନୁଚିନ୍ତନମ ଡ୍ୟାନ୍ସ ଗୃପ୍, ସିଙ୍ଘମ ଡ୍ୟାନ୍ସ ଗୃପ୍, ଭୁବନେଶ୍ବରର ସଂସ୍କୃତି ଭୈରବୀ ଡ୍ୟାନ୍ସ ଗୃପଙ୍କ ଦ୍ବାରା ବିଭିନ୍ନ ଡ୍ୟାନ୍ସ କରାଯାଇଥିଲା । ତେବେ ମହୋତ୍ସବ ସଂଧ୍ୟାର ବିଶେଷ ଆକର୍ଷଣ ଥିଲା ସିନେ ତାରକା ଦିବ୍ୟା ମହାନ୍ତି ଓ ଡ୍ୟାନ୍ସ ଗୃପ୍ । ବହୁ ସଂଖ୍ୟାରେ ଦର୍ଶକମାନେ ସମାଗମ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ ।ମହୋତ୍ସବ ପଡ଼ିଆରେ ଭଳିକି ଭଳି ଷ୍ଟଲ ସାଙ୍ଗକୁ ମିନବଜାର ପଡ଼ିଥିବା ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମକୁ ଗୋପୀନାଥ ସେଠୀ ପରିଚାଳନା କରିଥିବା ବେଳେ ପଞ୍ଚୁପାଣ୍ଡବ ମହୋତ୍ସବ ସଂଯୋଜକ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ନିର୍ବାଚନ ଆଚରଣବିଧି ଉଲଂଙ୍ଘନରେ ସିିଇଓଙ୍କ ସମୀକ୍ଷା

mahabharatanews

୧୦ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା

mahabharatanews

ବର୍ଷାରେ ବେହାଲ ରାଜଧାନୀ

mahabharatanews