ଓଡିଶା

୧୦ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା

ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି ଓମିକ୍ରନ ସଂକ୍ରମଣ । ବିଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ସଂକ୍ରମଣ ୮ ମାସର ରେକର୍ଡ ଭାଙ୍ଗିଛି । ଦିନକରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କ ଜୀବନ ହାନୀ ଘଟିଛି । ଅର୍ଥାତ୍ ଦେଶରେ ସକ୍ରୀୟ ରୋଗୀଙ୍କ ସଂଖ୍ୟା ବଢୁଛି । ଏହି ସକ୍ରୀୟ ରୋଗୀଙ୍କ ସଂଖ୍ୟାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି କି ୧୦ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସକ୍ରୀୟ ରୋଗୀ କ୍ଷେତ୍ରରେ ୧ ନମ୍ବରରେ ଓଡିଶା ଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜୁରାଟ, ଓଡିଶା, ଦିଲ୍ଲୀ ଓ ରାଜସ୍ଥାନ ରହିଛି । ଏବେ ମହାରାଷ୍ଟ୍ରରେ ୨,୬୮,୪୮୪ ଜଣ ସକ୍ରିୟ ହୋଇଥିବା ବେଳେ କର୍ଣ୍ଣାଟକାରେ ୨,୬୭,୬୭୯, ତାମିଲନାଡୁରେ ୧,୭୦,୬୬୧, କେରଳରେ ୧,୬୯,୧୦୯, ପଶ୍ଚିମବଙ୍ଗରେ ୧,୫୧,୭୦୨, ଉତ୍ତର ପ୍ରଦେଶରେ ୯୮,୨୩୮, ଗୁଜରାଟରେ ୯୦,୭୨୬, ଓଡ଼ିଶାରେ ୭୮,୦୩୮, ଦିଲ୍ଲୀରେ ୭୫,୨୮୨ ଓ ରାଜସ୍ଥାନରେ ୭୪,୫୬୧ ଜଣ ଆକ୍ଟିଭ କେସ୍ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଉତ୍ତର ପ୍ରଦେଶର ସ୍ଥିତି ଚିନ୍ତାଜନକ ଥିବାରୁ ସେସବୁ ରାଜ୍ୟକୁ କେନ୍ଦ୍ରୀୟ ଟମ ପଠାଯାଇଥିବା ରାଜେଶ କହିଛନ୍ତି ।

Related posts

ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକ

mahabharatanews

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

mahabharatanews

ଉଠା ଦୋକାନୀଙ୍କୁ ସହାୟତାର ହାତ ବଢାଇଲେ ବିଜେପି ନେତା

mahabharatanews