ଓଡିଶା

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଚଳିତ ବର୍ଷ ୨୦୨୬ ଫେବୃଆରୀ ୨ ରୁ ୫ ତାରିଖ ଦୀର୍ଘ ୪ଦିନ ଧରି ନୟାଗଡ଼ ଜିଲ୍ଲା ନୂଆଗାଁ ସଦରମାକୁମା ନୂଆଗାଁ କଲେଜ ସମ୍ମୁଖରେ ଥିବା ପଡ଼ିଆ ଠାରେ ଅନୁଷ୍ଠିତ ହେବ।ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା କମିଟିର ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ନୂଆଗାଁ ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଅମୃତ କୁମାର ରାଉଳ,ଅତିରିକ୍ତ ତହସିଲଦାର ଭବାନୀ ଶଙ୍କର ନାୟକ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ସେଠି,ଏ.ଏସ.ଆଇ ମନୋଜ ପାତ୍ର ପ୍ରମୁଖ ଯୋଗଦେଇଥିବା ବେଳେ ବ୍ଲକର ସମସ୍ତ ଜନପ୍ରତିନିଧି ଓ ସମସ୍ତ ଲାଇନ୍ ବିଭାଗର କର୍ମଚାରୀ,ପୋଲିସ ବିଭାଗ, ଅଗ୍ନିଶମ ବିଭାଗ,ପ୍ରିଣ୍ଟ ମିଡ଼ିଆ ଇଲେକ୍ଟ୍ରିର ସାମ୍ବାଦିକ,ମହୋତ୍ସବ କମିଟିର ସଦସ୍ୟ ସମେତ ଅଞ୍ଚଳର ବହୁ ଜ୍ଞାନୀ ଗୁଣୀ ବୁଦ୍ଧିଜୀବୀ ନେତୃବୃନ୍ଦ ବୈଠକରେ ଯୋଗ ଦେଇଥିଲେ।ସ୍ବର୍ଗତ ପତିତପାବନ ସାହୁ ଙ୍କ ଅମର ଆତ୍ମାର ସଦଗତି କାମନା ଉଦ୍ଦେଶ୍ୟରେ ମହୋତ୍ସବ କମିଟି ପକ୍ଷରୁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।୨୦୨୫ ବର୍ଷରେ ଖର୍ଚ୍ଚ ହୋଇଥିବା ସମସ୍ତ ବିବରଣୀକୁ ପଠନ କରାଯାଇଥିଲା।ବିଗତ ବର୍ଷ ମାନଙ୍କରେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ବହୁ ସୁନ୍ଦର ଭାବେ ମହୋତ୍ସବ ହୋଇଥିଲା।

ଚଳିତ ବର୍ଷ କିଭଳି ଏହାକୁ ଅଧିକରୁ ଅଧିକ ଶରସ ସୁନ୍ଦର ଭାବରେ ହୋଇପାରିବ ସେ ଉପରେ ବିଧାୟକ ଗୁରୁତ୍ଵାରୋପ କରିଥିଲେ। ପୂର୍ବ ବର୍ଷ ମାନଙ୍କରେ ଯେଉଁଭଳି ଭାବେ ମହୋତ୍ସବ ହେଉଥିଲା ଚଳିତ ବର୍ଷ ମଧ୍ୟ କରାଯିବ ବୋଲି ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତ କୁମାର ରାଉଳ,ଅତିରିକ୍ତ ତହସିଲଦାର ଭବାନୀ ଶଙ୍କର ନାୟକ ବୈଠକରେ ମତ ପ୍ରକାଶ କରିଥିଲେ ଏବଂ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଭାଇଚାରାର ପର୍ବ ଏହା ଅଞ୍ଚଳର ଲୋକ କଳା,ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ କରିଥାଏ। ସମସ୍ତ ଲୋକଙ୍କ ମଧ୍ୟରେ ପରିଚୟ ସୃଷ୍ଟି କରିଥାଏ।ଏହା କୌଣସି ଦଳଗତ ମହୋତ୍ସବ ନ ଭାବି ସମସ୍ତଙ୍କୁ ସ୍ୱଚ୍ଛ ମନୋଭାବ ନେଇ କାମ କରିବାକୁ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ବିଧାୟକ ଆହ୍ୱାନ ଦେଇଥିଲେ।ଏ ହେଉଛି ସମଗ୍ର ନୂଆଗାଁ ଅଞ୍ଚଳବାସୀଙ୍କର ମହୋତ୍ସବ ବୋଲି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବୈଠକରେ ପ୍ରତିକ୍ରିୟା ରଖିଥିଲେ। ୨୦ ତାରିଖ ସୁଦ୍ଧା ସ୍ମରଣିକା ପୁସ୍ତକ ପ୍ରକାଶ ପାଇବା ପୂର୍ବରୁ ସମସ୍ତ ଲେଖା,ଅଡିସନ୍ ମାଧ୍ୟମରେ କଳାକାର ଚୟନ ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ ଆଲୋଚନା ହୋଇଥିଲା। ଏଥି ସହିତ ମହୋତ୍ସବ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ହେବ ସେ ନେଇ ବିଭିନ୍ନ ବିଭାଗକୁ ସୁଚାରୁ ରୂପେ ତୁଲାଇବା ପାଇଁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ପରିଶେଷରେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ରେଣୁକା ଗଳି ଓ ମହାଦେବ ଲେନ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଘୋଷଣା

mahabharatanews

ଚାଲାଣ ବେଳେ ୪୮ ଦାଦନ ଉଦ୍ଧାର

mahabharatanews

ଆସନ୍ତାକାଲି କନ୍ଧମାଳ ଯିବେ ମୋଦି 

mahabharatanews