(ଆଦର୍ଶ ରାଉତ ): ଆସନ୍ତାକାଲୀ ପାଳିତ ହେବ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏହି ଦିବସ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧୀ ରୋଡରେ ପାଳନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ପ୍ରସ୍ତୁତି ଯାଞ୍ଚ କଲେ ୫ ଟି ସଚିବ ଭିକେ ପାଣ୍ଡିୟାନ । ଆସନ୍ତାକାଲି କିପରି ଭାବେ ଏହି ଦିବସ ପାଳନ କରାଯିବ ଏହାର ତଦାରଖ କରିଛନ୍ତି ପାଣ୍ଡିୟାନ । ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମହାତ୍ମା ଗାନ୍ଧୀ ମାର୍ଗ ସ୍ଥିତ ଆସନ୍ତାକାଲି ପାଇଁ ତିଆରି ହୋଇଥିବା ଷ୍ଟେଜର ଚାରିପାଶ୍ୱର୍ାରୁ ବୁଲି ଦେଖିବା ସହିତ ଭିଭିଆଇପି ଅତିଥିମାନଙ୍କର ବସିବା ଓ ପଂପୂର୍ଣ୍ଣ କାର୍ଯକ୍ରମର ସୁରକ୍ଷା ବିଷୟରେ ମଧ୍ୟ ବୁଝିଥିଲେ ।