ମନୋରଞ୍ଜନ

ସଂଗୀତ ଦୁନିଆରେ ପାଦ ଥାପିଲେ ପରିଣୀତି 

(ମୁମ୍ବାଇ) : ବଲିଉଡ୍‌ ଅଭିନେତ୍ରୀ ପରୀଣିତି ଚୋପ୍ରା ନିଜର ବୃତ୍ତିକୁ ଅନୁସରଣ କରି ସଂଗୀତ ଦୁନିଆରେ ତାଙ୍କ ପାଦ ଥାପିଛନ୍ତି। ତାଙ୍କ ଏହି ନିଷ୍ପତ୍ତିରେ ସ୍ବାମୀ ରାଘବ ଚଢ଼ା ବି ଖୁବ୍‌ ସମର୍ଥନ ଦେଇଛନ୍ତି। ନିକଟରେ ପରୀଣିତି ତାଙ୍କର ଲାଇଭ୍‌ କନ୍‌ସର୍ଟର କିଛି ଫୁଟେଜ୍‌ ସେୟାର୍‌ କରିଛନ୍ତି। ଯେଉଁଥିରେ ସେ ବ୍ୟାଖ୍ୟା କରିଛନ୍ତି ଯେ ସ୍ବାମୀ ରାଘବ ତାଙ୍କୁ ଖୁବ୍‌ ସମର୍ଥନ ଦେଇଛନ୍ତି। ସେ ଏକ ସାକ୍ଷାତ୍‌କାରେ ନିଜ ସ୍ବାମୀଙ୍କ ପ୍ରେରଣାଦାୟକ ଚରିତ୍ର ବିଷୟରେ କଥା ହୋଇ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ , ପରୀଣିତି ଚୋପ୍ରା ରାଘବ ଚଢ଼ାଙ୍କୁ ୨୦୨୪ ମସିହା ସେପ୍ଟେମ୍ବର ମାସରେ ବିବାହ କରିଥିଲେ। ବିବାହର କିଛି ମାସ ମଧ୍ୟରେ ହିଁ ଅଭିନେତ୍ରୀ ପୁଣି ଥରେ ନିଜ ବୃତ୍ତିଗତ ଜୀବନ ଉପରେ ଧ୍ୟାନ ଦେଇଛନ୍ତି। ଏବେ ଜଣେ କଣ୍ଠଶିଳ୍ପୀ ଭାବେ ବି ପରୀଙ୍କୁ ବହୁତ ସାରା ଭଲପାଇବା ମିଳିଛି।

Related posts

ମକ୍କାରେ ଚିତ୍କାର କରି କାନ୍ଦିଲେ ରାକ୍ଷୀ ସାୱନ୍ତ

mahabharatanews

ଆଖି ବୁଜିଲେ ବର୍ଷୀୟାନ୍ ଭିନେତା ‘ଜୁନିୟର୍‌ ମେହ୍‌ମୁଦ୍

mahabharatanews

ତିରୁପତିରେ ବିବାହ କରିବେ ପ୍ରଭାସ

mahabharatanews