ମନୋରଞ୍ଜନ

ମକ୍କାରେ ଚିତ୍କାର କରି କାନ୍ଦିଲେ ରାକ୍ଷୀ ସାୱନ୍ତ

ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚାରେ ରହିଥାନ୍ତି । ଏଇ କିଛି ହେବ ରାକ୍ଷୀ ଓ ତାଙ୍କ ସ୍ବାମୀ ଆଦିଲ ଦୁର୍ରାନୀଙ୍କ ମଧ୍ୟରେ ବିବାଦ ଚାଲିଛି। ଏହି କ୍ରମରେ ରାକ୍ଷୀ ମକ୍କା ମଦିନାରୁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି। ରାକ୍ଷୀଙ୍କ କାନ୍ଦୁଥିବା ଭିଡିଓକୁ ବିରଲ ବୟାନି ତାଙ୍କ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ସେ ମକ୍କା ମଦିନାରେ ଅଛନ୍ତି। ଭିଡିଓରେ ରାକ୍ଷୀ ବୁର୍କା ପିନ୍ଧିଛନ୍ତି। ଆଉ ଭୋଭୋ ହୋଇ କାନ୍ଦୁଛନ୍ତି।

ଭିଡିଓରେ ରାକ୍ଷୀ କହୁଛନ୍ତି, ‘ମୁଁ କ’ଣ କରିବି? ବଲିଉଡରେ ଷ୍ଟାର ହେବା ପାଇଁ  ତୁମେ ମୋ ସହ ମିଛରେ ବିବାହ କରିଛ। ହେ ଅଲ୍ଲାହ ମୋ ସହିତ ନ୍ୟାୟ ହେଉ। ଜଣେ ମହିଳାଙ୍କ ଜୀବନ ନଷ୍ଟ କରି ଦେଇଛି ଆଦିଲ। ହେ ଖୁଦା ମୁଁ ଆପଣଙ୍କ ପାଖକୁ ଅଭିଯୋଗ ନେଇ ଆସିଛି। ମୋ ସହିତ ନ୍ୟାୟ ହେଉ। ମୋ ସହିତ ଏ କ’ଣ ହୋଇଗଲା?‌ତେବେ ଏହି ଭିଡିଓ ଆସିବା ପରେ ରାକ୍ଷୀ ଟ୍ରୋଲର ଶିକାର ହୋଇଛନ୍ତି।

Related posts

ହାତକୁ ଦି ହାତ ହେବେ  ପ୍ରଯୋଜକ ଜ୍ୟାକି ଭାଗ୍‌ନାନି

mahabharatanews

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

mahabharatanews

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews