ମନୋରଞ୍ଜନ

ନିର୍ବନ୍ଧକୁ ନେଇ ଖୁସି ନାହାନ୍ତି ପରିଣୀତି

(ମୁମ୍ବାଇ) : ସବୁ ଅପେକ୍ଷାର ଅନ୍ତ କରି ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପ୍‌ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ ବନ୍ଧନ‌ରେ ବାନ୍ଧିହେବ ବୋଲି ଜଣାପଡିଛି । ସେମାନେ ରାଜଧାନୀ ଦିଲ୍ଲୀଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ସ୍ଥିର କରିଛନ୍ତି । ହେଲେ ଇଡି ନିଜ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଘବ ଚଢ଼ାଙ୍କ ନାଁ ସାମିଲ କରିବା ପରେ ପରିଣୀତିଙ୍କ ମୁହଁ ଫିକା ପଡ଼ିଯାଇଥିବା ଦେଖାଯାଇଛି।

ସୂଚନାନୁଯାୟୀ , ଖବର ଆସିବା ପରେ ଯେତେବେଳେ ପରିଣୀତି ଚୋପ୍ରା ପ୍ରଥମ ଥର କ୍ୟାମେରା ଆଗକୁ ଆସିଥିଲେ, ସେତେବେଳେ ତାଙ୍କ ମୁହଁ ଫିକା ପଡ଼ିଯାଇଥିବା ଦେଖାଯାଇଥିଲା।


ଗତ ମାସରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନ ତାରିଖରେ ଏକାଠି ନଜର ଆସିବା ପରେ ସେ ଦୁହେଁ ପରସ୍ପରଙ୍କୁ ଡେଟ୍‌ କରୁଥିବା ଖବର ପ୍ରକାଶ ପାଇଥିଲା। କେବଳ ଠାରେ ନୁହେ ସେମାନେ ଅନେକ ଥର ଏକାଠି ନଜର ଆସିଛନ୍ତି। ପୂର୍ବରୁ ପରିଣୀତିଙ୍କ ସାଙ୍ଗ ତଥା ଗୀତିକାର ହାର୍ଡି ସନ୍ଧୁ ପରିଣୀତି ଓ ରାଘବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚିତ କରିଥିଲେ।

Related posts

ଫିଲ୍ମ ‘ଆଦିପୁରୁଷ’କୁ ନେଇ ପ୍ରତିକ୍ରିୟା ଦେଲେ ବିବେକ ଅଗ୍ନିହୋତ୍ରୀ

mahabharatanews

୭୧ବର୍ଷରେ ଆଖି ବୁଜିଲେ ଅଭିନେତା ଶରତ ବାବୁ

mahabharatanews

୮୮ ବର୍ଷରେ ପାଦ ଥାପିଲେ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର

mahabharatanews