ଓଡିଶା

ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ନେଇ ତାତିଲେ ଲୋକେ

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର : ଧରାକୋଟ ବ୍ଳକ ବେଠୁଆର ଗ୍ରାମରେ ଅଙ୍ଗନବାଡି-2ରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ଦିଆ ଯିବା ନେଇ ତାତିଲେ ଅଭିଭାବକ। ଦିନ 12 ଟା ସମୟରେ ଛୋଟ ଛୋଟ ପିଲାଙ୍କୁ କେନ୍ଦ୍ରରେ ରୋଷେଇ ନ କରି 3 ଟି ବିସ୍କୁଟ ଦେବାର ଖବର ପିଲାଙ୍କ ଠାରୁ ଶୁଣିବା ପରେ ଗାଁର ସମସ୍ତ ଲୋକ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ହୋ ହାଲା କରିବା ସହ ଧରାକୋଟ CDPO ଓ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଙ୍କୁ ଖବର ଦେଇଥିଲେ।

ଖବର ପାଇ ଧରାକୋଟ CDPO ଓ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସତ୍ୟା ସତ ଯାଞ୍ଚ କରିଥିଲେ।ଗ୍ରାମ ଲୋକଙ୍କ ସହ ଛୋଟ ଛୋଟ ପିଲାଙ୍କ ଅଭିଯୋଗ ଅଙ୍ଗନବାଡି ଦିଦି ଓ ହେଳ୍ପର ପ୍ରାୟ ସମୟରେ କେନ୍ଦ୍ରରେ ଝଗଡ଼ା କରିବା ସହ ରୋଷେଇ କରନ୍ତି ନାହିଁ ଏବଂ ପିଲାଙ୍କୁ କୋ ଦିନ ଖାଇବାକୁ ନ ଦେଇ ଘରକୁ ପଠା ଯାଉଥିବା ବେଳେ କେଉଁଦିନ 2 ଟି କିମ୍ଵା 3 ଟି ବିସ୍କୁଟ ଦେଇ ଘରକୁ ଯିବାକୁ କୁହା ଯାଉଛି।ଏପରିକି ପିଲାଙ୍କୁ ଗୋଟିଏ ଅଣ୍ଡା ର ଗଡିଏ ଅଣ୍ଡା ଦିଆଯାଉଥିବା ଲୋକେ ଓ ପିଲାମାନେ କହିଛନ୍ତି।

ଆଜି ଲୋକେ ଏକତ୍ରିତ ହୋଇ ହୋଇ ଅଙ୍ଗନବାଡି କେନ୍ଦ୍ରକୁ ଘେରାଉ କରିବା ସହ ପାଟିତୁଣ୍ଡ କରିଥିଲେ।ଏପଟେ କାଠ ନଥିବାରୁ ରୋଷେଇ ହୋଇ ନଥିବା ଅଙ୍ଗନବାଡି ଦିଦି ସଫେଇ ଦେଇଥିବା ବେଳେ ଅଙ୍ଗନବାଡି ହେଳ୍ପର ଅଙ୍ଗନବାଡି ଦିଦି ଯୋଗୁଁ ରୋଷେଇ ହେଉନଥିବା କହିଛନ୍ତି।ଏପଟେ ଆମେ CDPO ଙ୍କ ପ୍ରତିକ୍ରିୟା ଚାହିଁଥିଲେ ମଧ୍ୟ ସେ ଗଣ ମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିଲେ।

Related posts

ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ୨୫ରେ ବସିବ ସର୍ବଦଳୀୟ ବୈଠକ

mahabharatanews

ଏନଏସସିଏଚ ମେଡ଼ିକଲାରେ ସିଏମ୍‌ଏସ୍ ଭାର ନେଲେ ଡାକ୍ତର ମନୋଜ ବେହେରା

mahabharatanews

ଆଜି ଉଦଘାଟନ ହେବ କଟକ ନେତାଜୀ ବସ୍ ଟର୍ମିନାଲ୍

mahabharatanews