Uncategorized

ପିଓକେ ଶୀଘ୍ର ଭାରତୀରେ ସାମିଲ ହେବାକୁ ଦାବି କରିବ: ରାଜନାଥ

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ ସୀମାନ୍ତରେ ବିବାଦ, ଅନ୍ୟ ପଟେ ଉତ୍ତରାଖଣ୍ଡ ଅନ୍ତର୍ଗତ ଲିପୁଲେଖ, କଳାପାଣି ଓ ଲିମ୍ପିଆଦୁରାକୁ ନେପାଳ ତାର ନକ୍ସାରେ ସାମିଲ କରିଛି । ଏପରି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀର ବିକାଶର ଶୀର୍ଷରେ ପହଞ୍ଚିବ ଓ ପାକିସ୍ତାନ ଅଧିକୃତ କାଶ୍ମୀର ବାସୀ ଭାରତରେ ସାମିଲ ହେବାକୁ ଦାବି କରିବେ । ଅପେକ୍ଷା କର । ବହୁ ଶୀଘ୍ର ପିଓକେ ପାକିସ୍ତାନ ଅଧୀନରେ ନ ରହି ଭାରତରେ ସାମିଲ ହେବ । ଆଜି ଜାମ୍ମୁ କାଶ୍ମୀର ଜନ ସମ୍ବାଦ ରାଲିକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବା ଅବସରରେ ରାଜନାଥ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେ ଆହୁରି କହିଥିଲେ, ପୂର୍ବରୁ ଜାମ୍ମୁରେ ଆଜାଦ କାଶ୍ମୀର ପାଇଁ ପ୍ରଦର୍ଶନ ହେଉଥିଲା । ପାକିସ୍ତାନର ପତାକା ଦେଖିବାକୁ ମିଳୁଥିଲା ଓ ଆଇଏସଆଇଏସ ସେଠାରେ ମୁଣ୍ଡ ଟେକୁଥିଲା । କିନ୍ତୁ ବର୍ତ୍ତମାନ ସେଠାରେ କେବଳ ଭାରତୀୟ ପତାକା ଦେଖା ଯାଉଛି । ତେଣୁ ଅପେକ୍ଷା କର, କାଶ୍ମୀରର ବିକାଶ ପରେ ପିଓକେ ପାକିସ୍ତାନ ଶାସନରୁ ମୁକୁଳି ଭାରତରେ ସାମିଲ ହେବାକୁ ଦାବି କରିବ ।

Related posts

ସମ୍ଭାବ୍ୟ ମରୁଡି ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

mahabharatanews

କରୋନାରୁ ନିଜକୁ ସୁରକ୍ଷା ଦେଇପାରିନଥିବା ବ୍ୟକ୍ତି ଆମକୁ କି ସୁରକ୍ଷା ଦେବେ

mahabharatanews

ଦିନକରେ ୧୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews