ଓଡିଶା

ଘରଠୁ ୪୦୦ ମିଟର ଦୂରରେ ଜୀବନ ହାରିଲେ ପିଇଓ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନାଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗାଁରେ ଏକ ଅଘଟଣ ଘଟିଛି । ଏକ ଦୂର୍ଘଟଣାରେ କୋରକଣ୍ଡା ବ୍ଲକ ନୀଳା କାମୁରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ (ପିଇଓ) ମୃତ୍ୟୁ ହୋଇଛି । ଘର ଠାରୁ ମାତ୍ର ୪୦୦ ମିଟର ଦୂରରେ ଏହି ଦୂର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ପିଇଓ ସୁଦର୍ଶନ ଘରାମି ଓ ଡୁଡାମେଟା ପଞ୍ଚାୟତର ପିଇଓ ଭାସ୍କର ଚନ୍ଦ୍ର ଖରା କୋରକଣ୍ଡା ବ୍ଲକରେ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ କୁଡୁମୁଲୁଗୁମ୍ମା ନୃସିଂହ ମନ୍ଦିର ନିକଟରେ କୌଣସି କାରଣରୁ ବାଇକଟି ଭାରସାମ୍ୟ ହରାଇବାରୁ ଉଭୟେ ତଳକୁ ଖସି ପଡି ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ମେଡିକାଲ ପଠାଯିବା ପରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁଦର୍ଶନଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଛି । ତେବେ ନୀଳା କାମୁରା ପଞ୍ଚାୟତ ପିଇଓଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କ ପରିବାର ବର୍ଗଙ୍କୁ ପିଇଓ ସଂଘର ସଭାପତି ରତନ ରାୟ ସାନ୍ତ୍ୱନା ଦେବା ସହ ସଂଘ ତରଫରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

Related posts

ସୁବର୍ଣ୍ଣପୁର ଜିଲ୍ଲାର ସୁକାନ୍ତି ଇଣ୍ଟରନ୍ୟାସନାଲ ସ୍କୁଲର ନିଜସ୍ୱ ଗୃହ ଉଦଘାଟିତ

mahabharatanews

ଗ୍ରୀଷ୍ମପ୍ରବାହ: ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ

mahabharatanews

ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews