ଓଡିଶା

ଫୋନ ବ୍ୟବହାର ନକରିବାକୁ ମାଓବାଦୀଙ୍କ ତାଗିଦ୍

(ମହାଭାରତ, ମାଲକାନାଗିରି): ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତ ଅରାପଦର ଗ୍ରାମବାସୀଙ୍କୁ ମାଓବାଦୀ ଧମକ ଦେଇଛନ୍ତି । ଲୋକଙ୍କୁ ମୋବାଇଲ ବ୍ୟବହାର ନକରିବାକୁ ତାଗିଦ୍ କରି ଗାଁରେ ଥିବା ଏକ ନାମଫଳକରେ ଏହି ସତର୍କବାଣୀ ଲେଖାଯାଇଛି । ବିନା ଅନୁମତିରେ ମୋବାଇଲ ଧରିଲେ ଦଣ୍ଡିତ ହେବାକୁ ପଡିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଏହି ଗାଁରେ ରହୁଥିବା ଲୋକଙ୍କୁ ଅନ୍ୟ କୌଣସି ବ୍ୟକ୍ତି ଫୋନ ନକରିବାକୁ ଚେତାବନୀ ଦିଆଯାଇଛି । ଏପରିକି ଅନୁମତି ନେଇ ଫୋନ୍ରେ କଥା ହେବାକୁ ମାଓବାଦୀମାନେ ଗାଁ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ପୋଲିସକୁ ସୂଚନା ଦେଉଥିବା ଆଶଙ୍କାରେ ମାଓବାଦୀଙ୍କ ପକ୍ଷରୁ ଏଭଳି ତାଗିଦ୍ କରାଯାଇଛି ।

Related posts

ଶାସକ ଦଳର ଚିନ୍ତା ବଢିଛି

mahabharatanews

ସିଏମସି ନାମରେ ମିଥ୍ୟା ସଟଡାଉନ: ଗୁଜବକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା

mahabharatanews

ପାଟଣାଗଡ ଏସଡିପିଓ ଥାନା ଘେରାଉ କଲା ବିଜେପି

mahabharatanews