Uncategorized

କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୮ ମୃତ

ନେପାଳ ରାଜଧାନୀ କାଠମାଣ୍ଡୁରେ ବଡ଼ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏୟାରପୋର୍ଟରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ବିମାନ ଟେକ୍-ଅଫ୍ କରୁଥିବା ବେଳେ ସୌର୍ଯ୍ୟ  ଏୟାରଲାଇନ୍ସର ସିଆରଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୯ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ। ଉଡ଼ାଣ ବେଳେ ବିମାନଟି କ୍ରାଶ ହୋଇଯାଇଥିଲା। ଟେକ୍ଅଫ୍ କରିବା ବେଳେ ରନୱେରୁ ଖସିଯାଇଥିଲା ବିମାନ। ଏହାପରେ ବିମାନରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣା ପରେ ୧୮ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଖରା ଅଭିମୁଖେ ଯାଉଥିବା ଉକ୍ତ ବିମାନରେ ୧୯ ଜଣ ଯାତ୍ରୀ ଥିଲେ।

ବୈଷୟିକ କର୍ମଚାରୀଙ୍କୁ ନେଇ ଉଡ଼ାଣ ଭରିଥିଲା ବିମାନ। ଟିଆଇଏର ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଏ ସଂପର୍କରେ ଗଣମାଧ୍ୟମରେ କହିଛନ୍ତି। ଦୁର୍ଘଟଣା ପରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଉଦ୍ଧାରକାର୍ଯ୍ୟ ପାଇଁ କାର୍ଯ୍ୟ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଘଟଣା ସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବିମାନବନ୍ଦରରୁ ପ୍ରବଳ ଧୂଆଁ ବାହାରିବା ସହି ରନ୍ଓ୍ୱେରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ, ବିମାନର ପାଇଲଟ ଜୀବିତ ଅଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related posts

ହାପି ବାର୍ଥ ଡେ’ ଅନୁଷ୍କା

mahabharatanews

କୋରୋନା ମୁକାବିଲା ପାଇଁ ଆମେରିକା ଦେବ ୧୦୦ ମିଲିୟନ ଡଲାର

mahabharatanews

ପ୍ରବାସୀ ଶ୍ରମିକ ଘର ବାହୁଡାରେ ରହିଛି ଅନେକ କମି ରହିଛି: ସୁପ୍ରିମ କୋର୍ଟ

mahabharatanews