ଓଡିଶା

ହିଞ୍ଜିଳିକାଟୁ ପୌରାଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ମଙ୍ଗଳବାର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞ୍ଜିଳି ଗସ୍ତରେ ଆସି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପୌରାଞ୍ଚଳର କୋଭିଡ଼ କେୟାର ହସପିଟାଲ ଓ ଆରଏମସି ରାସ୍ତା ଠାରୁ ସୋମପୁର ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ବିଭିନ୍ନ କିସମର ୨ ଶହରୁ ଉର୍ଦ୍ଧ୍ୱ ଚାରା ଲଗାଯାଇଥିଲା । ଆଗାମୀ ଦିନରେ ହିଞ୍ଜିଳିକାଟୁ ପୌରାଞ୍ଚଳରେ ୨ ହଜାରରୁ ଅଧିକ ଚାରା ରୋପଣ କରାଯାଇ ଏହାର ଯତ୍ନ ନେବାକୁ ଉପସ୍ଥିତ ଅଧିକାରୀ, ସ୍ୱେଚ୍ଛାସେବୀ ଓ ଜନ ପ୍ରତିନିଧିମାନେ ଶପଥ ନେଇଥିଲେ । ଏହି କାର୍ୟ୍ୟକ୍ରମରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀ, ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ବ୍ଳକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୌରାଂଚଳ ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ପଦ୍ମ ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି 

mahabharatanews

ଘରୁ ମିଳିଲା ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ

mahabharatanews

ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

mahabharatanews