Uncategorized

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଆହତ ହୋଇଛନ୍ତି। । ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏପରି ସ୍ଥିତି ଉପୁଜିଛି । ଦୁର୍ଘଟଣା ହେବା ପରେ ଡ୍ରାଇଭର ସମେତ ୪ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି।
ଲକ୍ଷ୍ନୌର କାକୋରି ଥାନା ଅଧୀନ ହରଦୋଇ-କାକୋରି ରୋଡ଼ରେ ବଜାନଗର ମୋଡ଼ ପାଖରେ ଦୁର୍ଘଟଣା ହୋଇଥିଲା । ହରଦୋଇ ଡିପୋର ବସ୍ ପରସ୍ପରକୁ ଓଭରଟେକ୍ କରିବା ସମୟରେ ଧକ୍କା ହୋଇଥିଲା। ଏଥିରେ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ବସର ଡ୍ରାଇଭର ରହିଛନ୍ତି। ବସରେ ପ୍ରାୟ ୨୦ରୁ ୨୨ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

Related posts

ବିଧାନସଭାରେ ବିଜେପି-ଶିବସେନା ବିଧ୍ୟାୟକ ଧସ୍ତାଧସ୍ତି

mahabharatanews

ଫାଶୀରେ ବିଳମ୍ବ ହେଲେ କେଜ୍ରିୱାଲ ସରକାର ଦାୟୀ: ନିର୍ଭୟାଙ୍କ ମା’

mahabharatanews

କବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

mahabharatanews