ଖେଳମନୋରଞ୍ଜନ

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ନବଦୀପ

(ମୁମ୍ବାଇ) : ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ନବଦୀପ ସୈନି ଓ ସ୍ବାତୀ ଅସ୍ଥାନା । ଉଭୟଙ୍କ ରିଲେସନସିପରେ ଥିବା ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଗତକାଲି ଅର୍ଥାତ ନଭେମ୍ବର ୨୩ରେ ବିବାହ ସରିଛି । ଏହାପରେ ‌ସୁଖମୟ ବୈବାହିକ ଜୀବନ ପାଇଁ ନବଦୀପ ଓ ସ୍ବାତୀଙ୍କ ପ୍ରଶଂସକମାନେ ଢେର ସାରା ଶୁଭେଚ୍ଛା ଜଣାଉଛନ୍ତି।

ସୂଚନାନୁଯାୟୀ ,ନଭେମ୍ବର ୨୩ ତାରିଖରେ ନବଦୀପ ଓ ‌‌ସ୍ବାତୀ ବିବାହ କରି ସାତଜନ୍ମ ପାଇଁ ସାଥୀ ହୋଇଯାଇଛନ୍ତି। ଏହି ବିବାହରେ ଦୁହିଁଙ୍କର କିଛି ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ଉପସ୍ଥିତି ରହିଥିଲେ। ନବଦୀପ ଓ ‌‌ସ୍ବାତୀଙ୍କ ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ‌ ଭାଇରାଲ ହୋଇଯାଇଛି। ଏଥିରେ ଦୁହେଁ ଖୁବ ଖୁସି ଥିବା ବି ଦେଖିବାକୁ ମିଳୁଛି।

Related posts

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି

mahabharatanews

ଈଶାନ କିଶନଙ୍କ କମାଲ

mahabharatanews

 ରଣବୀରଙ୍କ ଜିମ୍ ଟ୍ରେନର ସେୟାର କଲେ ଏଭଳି ଭିଡିଓ 

mahabharatanews