ମନୋରଞ୍ଜନ

୫୦୦କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି କଲା ‘ସାଲାର’ 

(ମୁମ୍ବାଇ) : ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ ବକ୍ସ ଅଫିସରେ ଚଳିତ ବର୍ଷ ଅନେକ ଫିଲ୍ମକ ରେକର୍ଡ ବ୍ରେକ୍ କଲାଣି । ଦର୍ଶକ ଏହି ଫିଲ୍ମ ଦେଖିବା ପାଇଁ ପସନ୍ଦ ମଧ୍ୟ କରୁଛନ୍ତି । ପ୍ରଭାସଙ୍କ ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚହଳ ସୃଷ୍ଟି କରୁଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର worldwide ବ୍ୟବସାୟ ତଥ୍ୟ ପ୍ରକାଶ ପାଇଛି ।

ସୂଚନାନୁଯାୟୀ, ପ୍ଲାଟଫର୍ମ X ରେ ‘ସାଲାର’ ନାମକ ଏକ ଅଫିସିଆଲ୍ ପେଜ୍ କ୍ରିଏଟ୍ କରାଯାଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ଚଳଚ୍ଚିତ୍ରର ମୋଟ ଆୟ ବିଷୟରେ ସୂଚନା ଦିଆଯାଇଛି । ରେକର୍ଡ ଅନୁସାରେ ପ୍ରଭାସଙ୍କ ଫିଲ୍ମ ‘ସାଲାର’ 500 କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି କରିସାରିଛି । ପ୍ରଭାସଙ୍କ ଚଳଚ୍ଚିତ୍ର ଏକ ସପ୍ତାହରୁ କମ୍ ଅର୍ଥାତ୍ ମାତ୍ର 6 ଦିନ ମଧ୍ୟରେ ଏହି ସଫଳତା ହାସଲ କରିବାରେ ସଫଳ ହୋଇଛି । ଶାହରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ରିଲିଜ ହେବାର ଦ୍ୱିତୀୟ ଦିନ ପରେ ପ୍ରଭାସଙ୍କ ‘ସାଲାର’ ୨୨ଡିସେମ୍ବରରେ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ସାରା ବିଶ୍ୱରେ ୧୭୮.୭କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟି କରିଥିଲା ​​।

Related posts

ଖିଲାଡୀ ବୟଙ୍କ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’ର ଟ୍ରେଲର ରିଲିଜ 

mahabharatanews

ଆଉ ନାହାନ୍ତି ୨୬ ବର୍ଷୀୟ ଷ୍ଟାର ସୋଫିଆ ଲିଓନ

mahabharatanews

ଫିଲ୍ମ ‘ଟାଇଗର ୩’; ୬୦ହଜାର ଅଗ୍ରୀମ ବୁକିଂ 

mahabharatanews