ଭାରତ

ଫାଇଟର୍‌ ପ୍ଲେନରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି 

(ଦିଲ୍ଲୀ) : ଫାଇଟର୍‌ ପ୍ଲେନ୍‌ ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁରେ ତେଜସ୍‌ ବିମାନରେ ଉଡିଥିଲେ । ବିମାନ ଉଡ଼ାଣ ପରେ ପିଏମ ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସେ ଲେଖିଛନ୍ତି, ‘ତେଜସ ବିମାନରେ ସଫଳତାର ଉଡ଼ିବା ହୋଇଛି । ଏହି ଅନୁଭୂତି ଅବିଶ୍ୱସନୀୟ ଥିଲା । ଏହି ଅଭିଜ୍ଞତା ଆମ ଦେଶର ସ୍ୱଦେଶୀ ଦକ୍ଷତା ଉପରେ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି । ଏହା ମୋ ଭିତରେ ଆମର ଜାତୀୟ ସାମର୍ଥ୍ୟ ବିଷୟରେ ନୂତନ ଗର୍ବ ଏବଂ ଆଶାବାଦୀ ଭାବନା ଜାଗ୍ରତ କରିଛି । ଦେଶର ପ୍ରତିରକ୍ଷା ପ୍ରସ୍ତୁତି ଏବଂ ସ୍ୱଦେଶୀକରଣ ବୃଦ୍ଧି ପାଇଁ ସରକାର ନେଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକରେ ତେଜସ୍ ବିମାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ପ୍ରଥମ ବିମାନକୁ ୨୦୧୬ ରେ ବାୟୁସେନାରେ ଭର୍ତ୍ତି କରାଯାଇଥିଲା ।

Related posts

ପ୍ରଦୂଷଣର ମୁକାବିଲା ପାଇଁ ବଡ଼ ପଦକ୍ଷେପ, 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ

mahabharatanews

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ 

mahabharatanews

ଶୀତକାଳୀନ ଅଧିବେଶନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ ସୂଚନା ଦେଇଛନ୍ତି

mahabharatanews