ଓଡିଶା

ଯୁକ୍ତ ଦୁଇ ନାମଲେଖା ଆବେଦନର ଆଜି ହେଉଛି ଶେଷ ଦିନ

(ଭୁବନେଶ୍ୱର) :  ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ଆଜି ଶେଷ ହେଉଛି । ନୂତନ ବିଜ୍ଞପ୍ତି ଅନୁସାରେ ଛାତ୍ରଛାତ୍ରୀ ମାନେ ଜୁନ୍ ୩୦  ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୁହାଯାଇଥିଲା । ଏହା ପରେ ଆଡମିଶନ ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରଥମ ମେରିଟ୍ ଲିଷ୍ଟ ଜୁଲାଇ ୬ ରେ ପ୍ରକାଶ ପାଇବ ଏବଂ ଜୁଲାଇ ୭ ରୁ ୧୩ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡମିଶନ ହେବ ।

ସୂଚନାନୁଯାୟୀ ,  ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୯ ରେ ପ୍ରକାଶ ପାଇବ ଏବଂ ଜୁଲାଇ ୨୨ ସୁଦ୍ଧା ଆଡମିଶନ ସମାପ୍ତ ହେବ ।  ଛାତ୍ରଛାତ୍ରୀ ମାନେ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ପୋର୍ଟାଲ www.samsodisha.ogv.in ରେ ଅନଲାଇନରେ ଦାଖଲ କରିପାରିବେ । ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଅଗଷ୍ଟ ପହିଲାରୁ ଆରମ୍ଭ ହେବ ।

Related posts

ତାଳଚେରରେ ସର୍ବାଧିକ ବର୍ଷା ରେକର୍ଡ

mahabharatanews

ଆଇଆଇସିଙ୍କୁ ମାଡମାରି ଏଏସଆଇ ନିଲମ୍ବିତ

mahabharatanews

ଧାନ ନପୁଚୁଣୁ ଗାଁ ମୁହାଁ ହାତୀ ପଲ

mahabharatanews