(ଭୁବନେଶ୍ୱର) : ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏନେଇ ପିଏମ ଓ କାର୍ଯ୍ୟାଳୟ ରୁ ସୂଚନା ଆସିବା ପରେ ବିଜେପି ପାର୍ଟି ଅଫିସ ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ପ୍ରଧାନମନ୍ତ୍ରୀ ଆସିବା ତାରିଖ ନିର୍ଦ୍ଧାରିତ ହୋଇନାହିଁ ତଥାପି ମାର୍ଚ୍ଚ ପ୍ରଥମ ସପ୍ତାହରେ ଆସିବେ ବୋଲି ସେ କହିଛନ୍ତି ।
ସୂଚନାନୁଯାୟୀ , ଗତ କିଛିଦିନ ତଳେ ସମ୍ୱଲପୁର ଆସିଥିଲେ ମୋଦି । ପ୍ରଥମେ ଝାରସୁଗୁଡା ଓ ପରେ ସମ୍ୱଲପୁର ଗସ୍ତ କରିଥିଲେ ମୋଦି । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଓଡ଼ିଶା ଆସିଥିଲେ । ଏବେ ପୁଣିଥରେ ମୋଦିଙ୍କ ଗସ୍ତ ନେଇ କହିଛନ୍ତି ମନମୋହନ ସାମଲ । ବିଜେପି ଫୋକସରେ ଏବେ ଓଡ଼ିଶା ଥିବା ବେଳେ ଏଥିପାଇଁ ବିଜେପି ନେତାଙ୍କ ଆଗମନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ ବୋଲି ଜଣାପଡିଛି ।