ଭାରତ

ଓଡିଶା ଆସିବେ ମୋଦୀ, ଶାହା ଏବଂ ଯୋଗୀ  

(ଦିଲ୍ଲୀ) : ଏପ୍ରିଲ ୧୯ରେ ହେବ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ଲାଗି ଏବେ ଶାସକ ହୁଅନ୍ତୁ ଅବା ବିରୋଧୀ ସମସ୍ତେ କରୁଛନ୍ତି ଯୋଜଦାର ପ୍ରଚାର । ବର୍ତ୍ତମାନ ଗ୍ରାଉଣ୍ଡ ସ୍ତରରେ ଏବେ ପ୍ରଚାର ଜୋରଦାର କରୁଛନ୍ତି ସବୁ ଦଳର ନେତା ଓ କର୍ମୀ । ଆଉ ଏହାରି ଭିତରେ ଓଡ଼ିଶାର ନିର୍ବାଚନୀ ମାହୋଲକୁ ନେଇ ଆସିଛି ଆଉ ଏକ ବଡ଼ ଖବର ତାହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପିର୍ବାଜନୀ ପ୍ରଚାର କରିବା ଲାଗି ଓଡ଼ିଶା ଗସ୍ତରେ ଆସିବେ ।

ସୂଚନାନୁଯାୟୀ , ବିଶେଷକରି ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ପ୍ରଚାର କରିବେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ୨ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ହିମନ୍ତ ବିଶ୍ୱସର୍ମା ଓଡ଼ିଶା ଆସି ୫ ଲକ୍ଷରୁ ଅଧିକ ଲୋକଙ୍କୁ ସମ୍ଭୋଧିତ କରିବେ ।

Related posts

ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

mahabharatanews

ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

mahabharatanews

ଚନ୍ଦ୍ର ପରେ ସୂର୍ଯ୍ୟଙ୍କ ନିକଟରେ ପହଂଚିବ ଭାରତ  

mahabharatanews